Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବ୍ୟାଙ୍କ ବଦଳାଇପାରିବେ ୨ଶହ ରୁ ୨ ହଜାର ଟଙ୍କାର କଟା,ଫଟା ନୋଟ୍, ଏଥିଲାଗି ରହିଛି ୩ଟି ବିକଳ୍ପ ଜାଣନ୍ତୁ

14/09/2019 at 8:11 PM

ମୁମ୍ବଇ : ଦୈନନ୍ଦିନ ଜୀବନରେ ଖର୍ଚ୍ଚ ଲାଗି ନଗଦ ନୋଟର କାରବାର ଅଧିକ ହୋଇଥାଏ। ଗୋଟିଏ ହାତରୁ ଅନ୍ୟ ହାତକୁ ଯିବା, ଭିଜିବା ଆଦି କାରଣରୁ ଅନେକ ସମୟରେ ନୋଟ ଖରାପ ହୋଇଯାଏ। ଏପରିକି ଚିରିବି ଯାଇଥାଏ। ତେବେ ଏଭଳି କ୍ଷେତ୍ରରେ ଲୋକେ ଚିରା ଫଟା ନୋଟକୁ ଆରବିଆଇଙ୍କ ଚେଷ୍ଟ ଅଥବା ନିକଟସ୍ଥ ବ୍ୟାଙ୍କରେ ବଦଳାଇବାର ସୁବିଧା ରହିଛି।

ନୋଟ ବଦଳାଇବାକୁ ରହିଛି ୩ଟି ବିକଳ୍ପ। ଏଥିରେ ଗୋଟିଏ ରଙ୍ଗ ଉଡିଯାଇଥିବା ନୋଟ୍ ବା ରଙ୍ଗ ହୋଇଯାଇଥିବା ନୋଟ୍, ଚିରି ଟୁକୁରା ଟୁକୁରା ହୋଇଯାଇଥିବା ନୋଟ୍ ଓ ମିସ୍ ମ୍ୟାଚ୍ ନୋଟ୍ ବଦଳାଯାଇପାରିବ। ଏବେ ଆରବିଆଇ ୧୦,୨୦,୫୦,୧୦୦,୫୦୦ ଓ ୨ହଜାର ଟଙ୍କା ନୋଟର ଚିରାଫଟା ବଦଳାଉଛନ୍ତି। ୨୦୧୬ରେ ବନ୍ଦ ହୋଇଥିବା ନୋଟକୁ ଛାଡି ବାକି ବଜାରରେ ଚଳୁଥିବା ସବୁ ନୋଟ ବଦଳାଇ ନୂଆ ନୋଟ୍ ନେଇଯାଇପାରିବେ। ତେବେ ଫଟା ନୋଟ ଲାଗି ମିଳୁଥିବା ରିଫଣ୍ଡ ନୋଟର ଆକାର ଅନୁସାରେ ମିଳିବ।

କିପରି ମିଳେ ରିଫଣ୍ଡ ଆସନ୍ତୁ ଜାଣିବା। ଯଦି ଆପଣଙ୍କ ନୋଟର ୮୦ ପ୍ରତିଶତ ଅଛି ତ ଆପଣ ନୋଟର ପୁରା ରିଫଣ୍ଡ ପାଇବାକୁ ଯୋଗ୍ୟ। ଯଦି ଚିରା ନୋଟ ୮୦ ପ୍ରତିଶତରୁ କମ୍ ଓ ୪୦ ପ୍ରତିଶତରୁ ଅଧିକ ଆପଣଙ୍କ ପାଖରେ ଅଛି ତେବେ ଆପଣ ୫୦ ପ୍ରତିଶତ ରାଶି ରିଫଣ୍ଡ ପାଇପାରିବେ। ଯଦି ଆପଣ ବଦଳାଉଥିବା ନୋଟର ପରିମାଣ ୫ହଜାର ଟଙ୍କାରୁ ଅଧିକ ତେବେ ଏଥିଲାଗି ଆପଣଙ୍କୁ ଆରବିଆଇ ଚେଷ୍ଟକୁ ଯିବାକୁ ପଡିବ। ଏହା ଛଡା ଆପଣ ଚିରାଫଟା ନୋଟକୁ କୌଣସି ଦେୟ ପୈଠ ଓ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ବି କରିପାରିବେ।

ତେବେ ଆରବିଆଇ ମାଗଣାରେ ବଦଳାନ୍ତିନି ନୋଟ୍। ଏଥିଲାଗି ଶୁଳ୍କ ବି ଲାଗି ଥାଏ। ଯଦି ଆପଣ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଚିରାଫଟା ନୋଟ ବଦଳାଉଛନ୍ତି ତେବେ ଏଥିଲାଗି କୌଣସି ଶୁଳ୍କ ଦେବାକୁ ପଡେନି। ହେଲେ ଏହାଠାରୁ ଅଧିକ ପରିମାଣର ଚିରାଫଟା ନୋଟ୍ ଲାଗି ଆପଣଙ୍କୁ ପ୍ରତି ନୋଟ ୨ଟଙ୍କା ଓ ଅଧିକ ନୋଟ ଲାଗି ଜିଏସଟି ୫ଟଙ୍କା ଯେଉଁଟି ଅଧିକ ହେବ ସେହି ଅନୁସାରେ ଶୁଳ୍କ ଦେବାକୁ ପଡିବ। ଉଦାହରଣ ଭାବେ ଆପଣଙ୍କ ପାଖରେ ୨୫ଟି ୫ଶହ ଟଙ୍କାର ଫଟାନୋଟ ଅଛି। ତେବେ ଏହାକୁ ବଦଳାଇଲେ ପ୍ରତି ନୋଟ ୨ଟଙ୍କା ହିସାବରେ ୫୦ ଟଙ୍କା ଓ ଜିଏସଟି ପ୍ରତି ହଜାର ୫ ଟଙ୍କା ହିସାବରେ ୬୨ଟଙ୍କା ୫୦ ପଇସା ପଡିବ। ତେବେ ଆପଣଙ୍କୁ ସବୁତକ ନୋଟ ବଦଳାଇବାକପ ୬୨ଟଙ୍କା ୫୦ ପଇସା ଦେବାକୁ ପଡିବ।

   Related Posts