Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

୧୯ ଲକ୍ଷ ଟଙ୍କା ହଡପ କରି ଜେଲ୍ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ

13/07/2021 at 9:49 AM

ଝାରସୁଗୁଡା ୧୩/୭: 19 ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜେଲ ଗଲେ ବ୍ୟାଙ୍କ ଆକାଉଣ୍ଟାଣ୍ଟ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେଟବ୍ୟାଙ୍କ ଶାଖାର ଆକାଉଣ୍ଟାଣ୍ଟ ସମ୍ବିତ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ଏବେ ଜେଲ ହାଜତରେ । ଅପାଠୁଆ, ନିରୀହ, ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ SBIର ଆକାଉଣ୍ଟାଣ୍ଟ ସମ୍ବିତ ମହାନ୍ତି ।

ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ ୧୮ ଲକ୍ଷ ୩୫ ହଜାର ଟଙ୍କା । ଯେଉଁ ବ୍ୟାଙ୍କରେ ଦୀର୍ଘଦିନରୁ ସ୍ୱାମୀର ପେନସନ ଟଙ୍କା ନେଉଥିଲେ ସେହି ବ୍ୟାଙ୍କରେ ନିଜର ବଳକା ଟଙ୍କା ନେବାପାଇଁ ସ୍ତ୍ରୀ ଏବଂ ପୁଅ ପରିଚୟ ପାଇଁ ଲିଗାଲ ହେୟାର, ଏବଂ ମୃତ୍ୟୁ ସାର୍ଟିଫିକେଟ ମଧ୍ୟ ଯଥେଷ୍ଟ ହେଲାନାହିଁ ବୋଲି ବ୍ୟାଙ୍କ କର୍ମଚାରୀ ବିଧବା ମହିଳାଙ୍କୁ ଭୁଆଁ ବୁଲାଇ ଚାଳିବାରୁ ସେ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଥିବା ୨ ନମ୍ବର ଖୋଲାମୁହଁ କୋଇଲା ଖଣିରେ ନିଜକୁ ୬୦ବର୍ଷ ହେବାଯାଏଁ ଚାକିରୀ କରିଥିଲେ ଦଶରଥ ମୁଣ୍ଡା । ସ୍ୱର୍ଗତ ମୁଣ୍ଡା ନିଜ ପରିବାର ବର୍ଗଙ୍କ ସହିତ କାଳୀ ନଗରର MCL କ୍ବାଟରରେ ରହୁଥିଲେ । ୨୦୧୪ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ୨୦୧୭ ମସିହାରେ ସ୍ୱାମୀ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ପରେ ସୃଷ୍ଟି ହୋଇଥିଲା ସମସ୍ୟା । ପେନସନ ଟଙ୍କା ଦେବାରେ କୌଣସି ସମସ୍ୟା ନଥିଲା ।

କିନ୍ତୁ ଅବସରକାଳୀନ ଲକ୍ଷାଧିକ ଟଙ୍କା ଦେବା ସମୟରେ ସୃଷ୍ଟିହେଲା ସମସ୍ୟା । ପ୍ରଥମେ କୁହାଗଲା ଆପଣ କିଏ ? ଏବଂ ମୃତ ଦଶରଥ ସାଙ୍ଗରେ କଣ ସମ୍ପର୍କ? ତାପରେ ଆବଶ୍ୟକ ହେଲା ତଥ୍ୟ । ଲିଗାଲ ହେୟାର, ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ସାର୍ଟିଫିକେଟ, ପୁଅ ଟିକେଶ୍ଵର ମୁଣ୍ଡାଙ୍କର ଆଧାରକାର୍ଡ ରେ ବାପାଙ୍କର ନାମ, ସ୍ତ୍ରୀ ଶ୍ରୀମତୀ ମୁଣ୍ଡାଙ୍କର ଆଧାର କାର୍ଡରେ ସ୍ୱାମୀଙ୍କର ନାମ ସ୍ୱଷ୍ଟ ଭାବରେ ଉଲ୍ଲେଖ ହୋଇଛି ।

କୌଣସି ଭାବରେ ମଧ୍ୟ ଭୁଲନାହିଁ ତଥାପି ଏହା ଯଥେଷ୍ଟ ହେଲାନାହିଁ ବ୍ୟାଙ୍କ ପକ୍ଷେ । ତେଣୁ ଏତେସବୁ ଆବଶ୍ୟକ ତଥ୍ୟ ଦେଖାଇବା ପରେ ମଧ୍ୟ ନିଜକୁ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ସ୍ତ୍ରୀ ଏବଂ ପୁଅ ବୋଲି ପ୍ରମାଣିତ କରିପାରିଲେ ନାହିଁ ଶ୍ରୀମତୀ ମୁଣ୍ଡା। ଏଥି ଭିତରେ ବିତି ଗଲାଣି ଦୀର୍ଘ ୪ବର୍ଷ । ଯେତେବେଳେ ଅନେକ ଥର ଯାଇ ବ୍ୟାଙ୍କ କର୍ମଚାରୀଙ୍କୁ ଅନୁରୋଧ କରାଗଲା କୌଣସି ଫଳ ନ ମିଳିବାରୁ ପୋଲିସକୁ ସୂଚନା ଦେଲେ ଉଭୟ ମା ଏବଂ ପୁଅ ।

SBI ର ବ୍ରଜରାଜନଗର ଲମଟିବାହାଲ ଶାଖାର ଏକାଉଣ୍ଟେଣ୍ଟ ଶ୍ରୀ ସନ୍ଦୀପ ମହାନ୍ତି ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ବ୍ୟାଙ୍କ ଏକାଉଣ୍ଟରୁ 18 ଲକ୍ଷ 35 ହଜାର ଟଙ୍କା ନିଜ ଜଣେ ସମ୍ପର୍କୀୟ ଙ୍କ ଖାତାକୁ ଟ୍ରାନ୍ସଫର କରିଥିବା ଜଣାପଡିବା ପରେ ସ୍ୱର୍ଗତ ଦଶରଥମୁଣ୍ଡା ଙ୍କର ସ୍ତ୍ରୀ ଏବଂ ପୁଅ ଏସପି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଏବଂ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ସେହି ଆଧାରରେ ବ୍ରଜରାଜନଗର ପୋଲିସ ଏହି ଘଟଣାର ତଦନ୍ତ ଚଳାଇ ଫେରାର ଥିବା ଏକାଉଣ୍ଟାଣ୍ଟ ସମ୍ବିତ ମହାନ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ sbi ଲମଟିବାହାଲ ଶାଖାର ସମସ୍ତ କର୍ମଚାରୀ ଙ୍କୁ ବଦଳି କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।

   Related Posts