Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ବ୍ୟାଙ୍କରେ ଏବେ ୫ଲକ୍ଷ ଟଙ୍କା ଜମା ରଖି ଆପଣ ରହିପାରିବେ ନିଶ୍ଚିତ, ବଢିବ ଆକାଉଣ୍ଟ ବୀମା ରାଶି

18/11/2019 at 7:35 PM

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ବ୍ୟାଙ୍କରେ ଥିବା ଆପଣଙ୍କ ଆକାଉଣ୍ଟର ବୀମା ହେଉଛି ମାତ୍ର ୧ଲକ୍ଷ ଟଙ୍କା। ଯଦିଓ ବ୍ୟାଙ୍କ ଖାତାରେ ଆପଣ ଅଧିକ ଟଙ୍କା ଜମା ରଖିପାରୁଛନ୍ତି ତେବେ କୌଣସି ବିପର୍ଯ୍ୟୟରେ ଖାତା ବାବଦ ବୀମା ରାଶିହିଁ ଆପଣଙ୍କର ସୁନିଶ୍ଚିତ ହୋଇଥାଏ। ତେବେ ଏହି ରାଶିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଲାଗି ପ୍ରସ୍ତାବ ଉପରେ ସରକାର ଏବେ ଚିନ୍ତା କରୁଥିବା ଜଣାପଡିଛି। କେବଳ ଏତିକି ନୁହେଁ ବୃହତ୍ତ ଜମା କରୁଥିବା ଜମାକାରୀଙ୍କ ଆକାଉଣ୍ଟ ବୀମା ୨୫ ଲକ୍ଷ ଟଙ୍କା କରିବାକୁ ବି ବିଚାର କରାଯାଉଛି।

ସୂଚନା ଯୋଗ୍ୟଯେ ୧୯୯୨ ମସିହାରେ ଷ୍ଟକ୍ ଦୁର୍ନୀତି ଯୋଗୁ ବ୍ୟାଙ୍କ ଦେବାଳିଆ ହୋଇପଡିବାରୁ ଜମାକାରୀଙ୍କୁ ବିପୁଳ କ୍ଷତି ସହିବାକୁ ପଡିଥିଲା। ଏଣୁ କେନ୍ଦ୍ର ସରକାର ବ୍ୟାଙ୍କ ଜମା ଉପରେ ଥିବା ୩୦ ହଜାର ବୀମାକୁ ବୃଦ୍ଧି କରି ୧ ଲକ୍ଷଟଙ୍କା କରିଦେଇଥିଲେ। ତେବେ ତା ପରଠାରୁ ଆକାଉଣ୍ଟ ବୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଏହି ସମୟରେ କୌଣସି ବ୍ୟାଙ୍କ ଏଭଳି ଦୁର୍ଗତିରେ ବି ପଡି ନାହାନ୍ତି କି ଜମାକାରୀଙ୍କୁ ସେମାନଙ୍କ ସଞ୍ଚୟ ହରାଇବାକୁ ପଡିନି।

ଆକାଉଣ୍ଟ ବୀମା କ’ଣ?
ଏହି ବୀମାର ଅର୍ଥ ହେଉଛି ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ ଅଥବା ବୁଡି ଯାଏ ତେବେ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ଆକାଉଣ୍ଟ ସନିଶ୍ଚିତ କରିବା ଏହି ବୀମାର ମୂଳ ଉଦ୍ଦେଶ୍ୟ । ଜମାକର୍ତ୍ତା ଯେତେଟଙ୍କା ଜମି ରଖିଥାନ୍ତୁ ତାଙ୍କ ଆକାଉଣ୍ଟ ବାବଦ ବୀମା ରାଶି କିନ୍ତୁ ତାଙ୍କୁ ନିଶ୍ଟିତ ମିଳିଯିବ। ବ୍ୟାଙ୍କର ପ୍ରତି ଆକାଉଣ୍ଟ ଉପରେ ୧ ଲକ୍ଷ ଟଙ୍କା ବୀମା ଥାଏ। ସରକାର ଜମାକାରୀଙ୍କୁ ବୀମା ବାବଦ ଅର୍ଥ ସୁନିଶ୍ଚିତ କରିଥାନ୍ତି। ଏଥିଲାଗି ସବସିଡାରୀ ଡିପୋଜିଟ୍ ଇନସ୍ୟୋରାନ୍ସ ଏଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ( ଡିଆଇସିଜିସି) ବୁଡିଯାଉଥିବା ବ୍ୟାଙ୍କଙ୍କ ଗ୍ରାହକ ଜମା ଉଦ୍ଧାର ନିମନ୍ତେ ଏକ ପୃଥକ ରିଜର୍ଭ ରଖିଛନ୍ତି।

ତେବେ ଦୀର୍ଘ ସମୟରୁ ଏହି ବୀମା ରାଶି ବୃଦ୍ଧି ଲାଗି ଦାବି ହେଉଥିଲା। କାରଣ ଆଜିକା ଦିନରେ ୧ଲକ୍ଷ ଟଙ୍କା ଅଧିକ ମନେ କରାଯାଉ ନାହିଁ। ତେବେ ଲୋକେ କିନ୍ତୁ ନିଜର କଷ୍ଟାର୍ଜିତ ଧନକୁ ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କରେ ଜମା କରୁଛନ୍ତି। ଏଣୁ ଆକାଉଣ୍ଟ ବାବଦ ବୀମା ରାଶି ବଢାଇବାକୁ ଅନେକ ଦିନରୁ ଦାବି ହୋଇଆସୁଛି।

   Related Posts