ରାମ ମନ୍ଦିର ପାଇଁ SBIରେ ଖୋଲିଲା ଆକାଉଣ୍ଟ, ସର୍ବ ପ୍ରଥମେ ଜମା ହେବ ଏହି ଅର୍ଥ ରାଶି

Published By : Prameya-News7 Bureau | March 05, 2020 IST

ଅଯୋଧ୍ୟା ୦୫।୦୩- ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଯୋଧ୍ୟାର ଷ୍ଟେଟ  ବ୍ୟାଙ୍କ ଅଫ ଇଣ୍ଡିଆ(SBI)ରେ ଗୁରୁବାର 12ଟା ୭ ମିନିଟରେ ନିଜର ଆକାଉଣ୍ଟ ଖୋଲିଛି। ଏହି ଆକାଉଣ୍ଟରେ ସର୍ବ ପ୍ରଥମେ ଦାନରେ ମିଳିଥିବା ଟଙ୍କାକୁ ଜମା କରାଯିବ, ଯାହାକୁ ଶ୍ରଦ୍ଧାଳୁ ରାମଲଲାଙ୍କ ନିକଟରେ ଚଢାଉଥିଲେ।  ଏଥିପାଇଁ ଦାନପାତ୍ରରେ ଥିବା ଧନରାଶିର ଗଣତି ଟ୍ରଷ୍ଟ ଦ୍ଵାରା ଆରମ୍ଭ ହୋଇ ଯାଇଛି।

ଅନ୍ୟପଟେ ଧନ୍ନିପୁରରେ ମସଜିଦ ପାଇଁ ଗଠନ ହେବାକୁ ଥିବା ଟ୍ରଷ୍ଟର ଘୋଷଣା ପୂର୍ବରୁ ବିବାଦ ଆରମ୍ଭ ହୋଇ ଯାଇଛି। ଟ୍ରଷ୍ଟର ଘୋଷଣା ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ପକ୍ଷରୁ ଆଜି କରାଯିବ।  ମାତ୍ର ଘୋଷଣା ପୂର୍ବରୁ ବାବ୍ରି ମସଜିଦ ପକ୍ଷକାର ଇକବାଲ ଅନସାରୀ ବୈଠକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଇକବାଲ ଅନସାରୀ କହିଛନ୍ତି ଯେ, ଟ୍ରଷ୍ଟର ଗଠନ ପାଇଁ ହେବାକୁ ଥିବା ବୈଠକରେ ପକ୍ଷକାରଙ୍କୁ ଡକାଯାଇ ନାହିଁ। ଆମ ପରି ବ୍ୟକ୍ତି ଦେଶରେ ହିନ୍ଦୁ-ମୁସଲିମ ଭାଇଚାରାର ସନ୍ଦେଶ ଦେଇଛୁ। ଅନ୍ୟପଟେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି।

ଇକବାଲ ଅନସାରୀ କହିଛନ୍ତି ଆମେ ଚାହୁଁଛୁ ଯେ ରୌନାହୀରେ ଟ୍ରଷ୍ଟ ମସଜିଦ ନିର୍ମାଣ ନକରୁ। ଏଠାରେ ୨୨ ମସଜିଦ୍ ରହିଛି, ତେଣୁ ଏଠାରେ ନୂତନ ମସଜିଦର ଆବଶ୍ୟକତା ନାହିଁ। ଯେଉଁ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ତାହା କୃଷି ବିଭାଗର। ସେହି ଜାଗାରେ ଫସଲ ଉତ୍ପାଦନ ହେବା ଉଚିତ୍। କେବଳ ଏତିକି ନୁହଁ ଯାହା ବି ଶସ୍ୟ ଉତ୍ପନ ହେବ ତାହା ଭଗବାନ ରାମ ଓ ଆହ୍ଲାଙ୍କ ନାମରେ ଗରିବଙ୍କୁ ବାଣ୍ଟି ଦିଆଯାଉ। ବିତରଣ ସମୟରେ କିଏ କେଉଁ ଧର୍ମର ଦେଖାନଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.