ଦିନକ ପାଇଁ କୋଟିପତି…ଖୁସି ଆସିଲା ଯେମିତି ଗଲା ସେମିତି

Published By : Prameya-News7 Bureau | December 16, 2019 IST

ଟେକ୍ସାସ୧୬/୧୨: ମାସ ଶେଷରେ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ମାସକର ପରିଶ୍ରମ ମୂଲ୍ୟ ଅର୍ଥାତ ଦରମା ଆସିଥାଏ। ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହେବା ମାତ୍ରେ ମୋବାଇଲରେ ମେସେଜ୍‌ ଆସିଥାଏ। ମୋବାଇଲ​‌ରେ ଏହି ମେସେଜ ଦେଖିବା ମାତ୍ରେ କର୍ମଚାରୀମାନେ ଖୁସି ହୋଇ ଯାଇଥାଆନ୍ତି। ଅଲଗା ଅଲଗା ଦେଶରେ  ବିଭିନ୍ନ ତରିକାରେ କର୍ମଚାରୀଙ୍କୁ ଦରମା ଦିଆଯାଇଥାଏ। କିନ୍ତୁ ସବୁ କର୍ମଚାରୀଙ୍କ ଖୁସି ସମାନ ପ୍ରକାର ଖୁସି ଅନୁଭବ କରିଥାଆନ୍ତି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଜଣେ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତାଙ୍କ ଦରମା ଆସିଛି। ହେଲେ ହଜାର ନୁହେଁ କି ଲକ୍ଷ ନୁହେଁ ଶହ ଶହ କୋଟି ଟଙ୍କା ଆସିଛି। ବିଶ୍ବାସ ନ କଲେ ବି ସତ। ଉତ୍ତର ଟେକ୍ସାସର ଜଣେ ମହିଳା କର୍ମଚାରୀ ରୁଥ୍‌ ବାଲୁନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୬୨ ଟଙ୍କା କ୍ରେଡିଟ୍‌ ହୋଇଥିଲା।
 

{"id":198575,"sizeSlug":"large"}

ରୁଥ୍‌ ବାଲୁନ ନିଜ କାମ ଶେଷ କରି ବ୍ୟାଙ୍କ ଆକାଉଣ୍ଟକୁ ଚେକ୍‌ କରିଥିଲେ। ହଠାତ୍‌ ବାଲୁନ ନିଜ ଆକାଉଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଯାଇଥିଲେ। ଆକାଉଣ୍ଟରେ ୨୬୨ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୋଟିଏ ଦିନ ପାଇଁ ବାଲୁନ କୋଟିପତି ହୋଇଯାଇଥିଲେ। ବାଲୁନଙ୍କ ଆକାଉଣ୍ଟରେ ଏତେ ଟଙ୍କା କେଉଁଠୁ ଆସିଲା ଜାଣିବା ପାଇଁ ସେ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ଖବର ମିଳିଥିଲା ଯେ ଲେଗାସୀ ଟେକ୍ସାସ ବ୍ୟାଙ୍କର କର୍ମଚାରୀ ଭୁଲବଶତଃ ତାଙ୍କ ଆକାଉଣ୍ଟରେ ୨୬୨ କୋଟି ଟଙ୍କା ଡିପୋଜିଟ୍‌ କରି ଦେଇଥିଲେ।

ବାଲୁନଙ୍କ ସ୍ବାମୀ ଏହି ଖବର ଜାଣିବା ପରେ ବ୍ୟାଙ୍କରେ ପଚାରିଥିଲେ। ଯାନ୍ତ୍ରିକ ତୃଟି ଯୋଗୁଁ ଏଭଳି ହୋଇଥିବା ବ୍ୟାଙ୍କ କର୍ମଚାରୀ କହିଥିଲେ। ତୁରନ୍ତ ତାଙ୍କ ଆକାଉଣ୍ଟରୁ ୨୬୨ କୋଟି ଡେବିଟ୍‌ କରି ଦିଆଯାଇଥିଲା। ବାଲୁନ କହିଥିଲେ ଯେ  ସେ କିଛି ସମୟ ବହୁତ ସ୍ବପ୍ନ ଦେଖି ସାରିଥିଲେ। ଉପହାର ଆକାରରେ କେହି ଜଣେ ଏତେ ଟଙ୍କା ବ୍ୟାଙ୍କରେ ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଥିବା ବାଲୁନ କହିଥିଲେ। ସେହି ଟଙ୍କାରୁ ୧୦ ପ୍ରତିଶତ ଗରିବ ଲୋକଙ୍କୁ ଦେବେ ବୋଲି ବାଲୁନ ଭାବି ସାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟରୁ ଲେଗାସୀ ଟେକ୍ସାସ ବ୍ୟାଙ୍କ୍ ଏହି ଟଙ୍କାକୁ ଡେବିଟ୍‌ କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.