ବ୍ୟବସାୟୀଙ୍କ ସ୍ତ୍ରୀଙ୍କୁ ହତ୍ୟା ଘଟଣା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ବଙ୍ଗୋମୁଣ୍ଡା ପୋଲିସ

Published By : Prameya-News7 Bureau | October 17, 2021 IST

କଣ୍ଟାବାଞ୍ଜି,୧୭/୧୦: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସଦର ଜମିଦାର ପଡ଼ାର ଜଣେ ବ୍ୟବସାୟୀଙ୍କ ପତ୍ନୀ ମଞ୍ଜୁଦେବୀ ଜୈନଙ୍କୁ ହତ୍ୟା ଘଟଣାକୁ ୩୬ ଦିନ ବିତିଲା ପରେ ଆଜି ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବଙ୍ଗୋମୁଣ୍ଡାର ମୋତି ଭୋଇ ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ନେଇ ପୋଲିସ ଘରୁ ଉଠାଇ ଆଣି ପଚରା ଉଚରା ଜାରି ରଖିଥିଲା । ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନୂଆଁଖାଇ ଦିନ ଜମିଦାର ପଡା ବ୍ୟବସାୟୀଙ୍କ ଘରେ ପସି ଲୁଟ କରିବା ସହ ବ୍ୟବସାୟୀଙ୍କ ସ୍ତ୍ରୀକୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏଥିସହ ବ୍ୟବସାୟୀଙ୍କ ଭଉଣୀଙ୍କୁ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ ମଧ୍ୟ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବଙ୍ଗୋମୁଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡ଼ିଥିବା ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ଘେରାଓ ସହ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.