ଖାକିରେ କଳଙ୍କ : ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ

Published By : Prameya-News7 Bureau | November 30, 2021 IST

ଭଲାଙ୍ଗୀର ୩୦/୧୧ : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ । ଆଜି ସେ ତାଙ୍କ ସାଙ୍ଗଙ୍କ OD 15K 6111 ନମ୍ବର ବିଶିଷ୍ଟ ଏକ କାରରେ ବଙ୍ଗୋମୁଣ୍ଡାରୁ ସମ୍ବଲପୁର ଆଡକୁ ଯାଉଥିବା ବେଳେ ବରଗଡ଼ ଟୋଲ ଗେଟ୍‌ ପାଖରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଗାଡ଼ିରୁ ନଗଦ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବଡତ କରିଛି ଭିଜିଲାନ୍ସ । ତେବେ ଚଢ଼ାଉ ସମୟରେ ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ହୋଇଥିଲେ । ନଗଦ ଟଙ୍କାର ହିସାବ ଦେଇନପାରିବାରୁ ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.