ବିଜେପି ମହିଳା ମୋର୍ଚ୍ଚା ବିଧାୟକଙ୍କ ଘର ଆଗରେ ଲଗାଇଥିବା ଚୁଡି ନେଇ ପିନ୍ଧିଲେ ମହିଳା ଶ୍ରମିକ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ବିଜେପି ମହିଳା ମୋର୍ଚ୍ଚା ଆଜିକାଲି ବେଶ୍ ଆକ୍ଟିଭ । ପ୍ରଭାତି ପରିଡାଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚା ପ୍ରାୟ ସବୁ ମହିଳାଙ୍କ ସଂପର୍କିତ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ପିପିଲି ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେପି ମହିଳା ମୋର୍ଚ୍ଚାକୁ ବେଶ୍ ସଫଳତା ମିଳିଛି ।

{"id":75644}

ପ୍ରଦୀପ ମହାରଥୀ ବେବିନା ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ବିରୋଧରେ ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । ମହାରଥୀଙ୍କ ବାସଭବନ ଘେରାଉ କରିଥିଲା । ମହାରଥୀ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେଲାପରେ ବିଜେପି ମହିଳା ମୋର୍ଚ୍ଚା ବିଜୟ ଉତ୍ସବ ପାଳନ ମଧ୍ୟ କରିଥିଲା । ହେଲେ ଆଗକୁ ନିର୍ବାଚନ ଥିବାରୁ ମୋର୍ଚ୍ଚା କୌଣସି ଇସ୍ୟୁକୁ ଖତମ କରିବାକୁ ଚାହିଁବେ ।

{"id":75647}

 ସେଇ ବେବିନା ଇସ୍ୟୁରେ ଗତକାଲି ବିଜେପି ମହିଳା ମୋର୍ଚ୍ଚା ଅଭିନବ ଢଙ୍ଗରେ ପ୍ରତିବାଦ ଓ ଦାବି କରିବାକୁ ବାହାରିଥିଲା । ଶାସକ ଦଳର ସବୁ ବିଧାୟକଙ୍କ ଘର ଆଗରେ ଚୁଡି ବାନ୍ଧିବାକୁ ବାହାରିଥିଲା ବିଜେପି ମହିଳା ମୋର୍ଚ୍ଚା । ଏମଏଲଏଙ୍କ କଲୋନୀ ଭିତରେ ପଶି ମହିଳା ମୋର୍ଚ୍ଚାର କର୍ମୀମାନେ ପ୍ରତି ବିଧାୟକଙ୍କ ଘର ଗେଟ୍ ରେ ୪ରୁ ୮ପଟ ଲେଖାଏଁ ଲାଲ୍ ଚୁଡି ବାନ୍ଧିଥିଲେ । ପରେ ପୋଲିସ ଏହି କର୍ମୀମାନଙ୍କୁ ଗିରଫ କରି ନେଇଥିଲା । ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଗିରଫ ହେବାର କିଛି ମିନିଟ୍ ଭିତରେ କିନ୍ତୁ ବିଧାୟକଙ୍କ ଘର ଆଗରେ ଲାଗିଥିବା ଚୁଡିଗୁଡିକ ଉଭାନ ହୋଇଯାଇଥିଲା । ଆଖପାଖରେ କାମ କରୁଥିବା ମହିଳା  ଏହି ଚୁଡି ସବୁକୁ ସଂଗ୍ରହ କରିନେଇ ବେଶ ଆନନ୍ଦରେ ପିନ୍ଧିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.