Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଭୁବନେଶ୍ବରରେ ବାଂଲାଦେଶୀ ଯୁବତୀ : ଦେହବ୍ୟବସାୟ ଅଭିଯୋଗରେ ଗିରଫ, ନକଲି ଆଧାରକାର୍ଡରେ ଆସିଥିଲେ

25/12/2019 at 8:41 AM

ଭୁବନେଶ୍ୱର ୨୫।୧୨: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ହୋଟେଲ୍‌ରେ ଯୁବତୀ ଅସଦାଚରଣର ଘଟଣା ଏବେ ନୂଆ ମୋଡ଼ ନେଇଛି । ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ଜଣେ ବାଂଲାଦେଶୀ । ବିନା ପାସ୍‌ପୋର୍ଟ ଓ ଭିସାରେ ନକଲି ଆଧାରକାର୍ଡ ଧରି ଓଡ଼ିଶା ଆସିଥିବା ଅଭିଯୋଗରେ ପୋଲିସ୍‌ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଗତ ଏକ ମାସ ହେବ ସଂପୃକ୍ତ ବାଂଲାଦେଶୀ ଯୁବତୀ ଓଡ଼ିଶା ଆସି ଏଠାରେ ଦେହ ବ୍ୟବସାୟ କରୁଥିଲା ।  ଗତ ୧୬ ତାରିଖ ଦିନ ହୋଟେଲ୍‌ର ଦୁଇ କର୍ମଚାରୀଙ୍କ ସହ ସଂପୃକ୍ତ ଯୁବତୀର ପାଟିତୁଣ୍ଡ ହୋଇଥିଲା । କଥା ଥାନାରେ ପହଞ୍ଚିଲା ପରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ପରିଚୟ ମାଗିଥିଲା । ଯୁବତୀ ପଶ୍ଚିମବଙ୍ଗ ଠିକଣାର ଏକ ଆଧାର କାର୍ଡ ଦେଇଥିଲେ । ଉକ୍ତ କାର୍ଡ ଯାଞ୍ଚ ସମୟରେ ତାହା ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ଯୁବତୀଙ୍କୁ ସୁଧାର ଗୃହରେ ଛାଡ଼ି ଘଟଣାର ଅଧିକ ତଦନ୍ତ ପାଇଁ ଏକ ଟିମ୍‌ କୋଲକତା ଯାଇଥିଲା ।

ବିନା ପାସ୍‌ପୋର୍ଟରେ ବାଂଲାଦେଶରୁ ପଶ୍ଚିମବଙ୍ଗରେ ପଶିଥିଲା । ସେଠାରୁ ରାଜା ନାମକ ଜଣେ ଦଲାଲ୍‌ ଦ୍ୱାରା ପିପିଲି ଥିବା ରାଣୀ ମହୁମାଛିଙ୍କ ପାଖରେ ପହଞ୍ଚିଲା । ସେ ତାକୁ କାମରେ ଲାଗାଇ ତା’ଠାରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲା । ଏମାନେ  ୪୦ ଜଣ ବାଂଲାଦେଶୀ ଯୁବତୀଙ୍କୁ ଭୁବନେଶ୍ୱର ଆଣି ଦେହ ବ୍ୟବସାୟରେ ଲଗାଇଛନ୍ତି । ସେମାନଙ୍କ ବୟସ ୨୦ରୁ ୨୫ ମଧ୍ୟରେ ବୋଲି ଜଣାପଡ଼ିଛି ।

   Related Posts