Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋଲିଲା କାନନବିହାର ଡକାୟତି ଘଟଣାର ଗୁମର: ଘର ବାଂଲାଦେଶରେ, ଡକାୟତି କରୁଥିଲେ ଭୁବନେଶ୍ବରରେ, ଧରାପଡିଲେ ଦିଲ୍ଲୀରେ

ଭୁବନେଶ୍ବର୧୬|୫: ଓଡ଼ିଶାରୁ ଚୋରି କରି ଦିଲ୍ଲୀରୁ ଧରାପଡିଲେ ବାଲାଂଦେଶୀ ଡକାୟତ । ଏମାନେ ଟ୍ରେନରେ ଓଡିଶା ଆସି ଡକାୟତି କରି ପୁଣି ବାଲାଂଦେଶକୁ ଫେରିଯାଉଥିଲେ । ଏମିତି ଏକ ୮ଜଣିଆ ଡକାୟତି ଗ୍ୟାଙ୍ଗରୁ ୩ ଜଣଙ୍କୁ ଧରିଛି ଦିଲ୍ଲୀ ପୋଲିସର ଏସଟିଏଫ ଟିମ୍  । ଆଉ ଓଡିଶା ସୁରାକ ପାଇବା ପରେ ଅଧିକ ଛାନଭିନ ପାଇଁ ଚନ୍ଦ୍ରଶେଖର ପୋଲିସ ଏବେ ଦିଲ୍ଲୀ ଯାଇଛି ।

ଡକାୟତିର ନୂଆ ଫଣ୍ଡା । ବାଲାଂଦେଶରୁ ଭାୟା ପଶ୍ଚିମବଙ୍ଗ  ଓଡ଼ିଶା ଆସି ଲୁଟତରାଜ କରୁଥିବା ଗ୍ୟାଙ୍ଗ ଧରା ପଡ଼ିଲା ଦିଲ୍ଲୀ ପୋଲିସ ହାତରେ । ୮ଜଣିଆ ଡକାୟତି ଗ୍ୟାଙ୍ଗରୁ ୩ ଜଣଙ୍କୁ ଧରିଛି ଦିଲ୍ଲୀ ପୋଲିସର ଏସଟିଏଫ ଟିମ୍ । କିଛି ଦିନ ତଳେ ଦିଲ୍ଲୀରେ ଡକାୟତ ଯୋଜନା କରିବା ବେଳେ ଏମାନେ ଧରା ପଡିଛନ୍ତି । ଏହା ପରେ ସେମାନଙ୍କଠାରୁ ମିଳିଥିଲା ଓଡିଶା ଲିଙ୍କ । ଗିରଫ ତିନି ଡକାୟତ ହେଲେ କଇମୁଲ , ନଜିରୁଲ ଓ ସଇଫୁଦ । ଏମାନେ ଗତ ଫେବ୍ରୁଆରୀ ୨୭ ତାରିଖରେ ଚନ୍ଦ୍ରଶେଖରପୁର ଥାନା କାନନ ବିହାର ଫେଜ-2ରେ ଜଣେ ବ୍ୟକ୍ତିଙ୍କ ଘରେ ପଶି କଳାକନା ବୁଲାଇ ଥିଲେ । ସେହିଭଳି ଇନଫୋସିଟ ଥାନା ଅଞ୍ଚଳର ଜଣଙ୍କ ଘରୁ ସର୍ବସ୍ବ ଲୁଟିନେଇ ଫେରାର ହୋଇଯାଇଲେ। କେବଳ ଦିଲ୍ଲୀ କି ଓଡିଶା ନୁହେଁ ଏମାନେ ଗୋଆ, ଛତିଶଗଡରେ ମଧ୍ୟ ଅନେକ ଡକାୟତି କରିଥିବା ଏସଟିଏଫ ଟିମ ଆଗରେ ସ୍ବୀକାର କରିଛନ୍ତି ।

ଗତ ୪ ତାରିଖରୁ ଏମାନଙ୍କୁ ଏସଟିଏଫ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ତିନି ଜଣଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି । ହେଲେ ଓଡିଶା ଲିଙ୍କ ସୁରକ ମିଳିବା ପରେ ଅଧିକ ତନାଘନା ପାଇଁ ଦିଲ୍ଲୀରେ ପହଞ୍ଚିଛି ଓଡ଼ିଶା ପୋଲିସ । ଡକାୟତ ତିନିଜଣଙ୍କୁ ରିମାଣ୍ଡରେ ଆଣି  ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ । ଏମାନଙ୍କ ଛଡା ଗ୍ୟାଙ୍ଗରେ ଥିବା ଅନ୍ୟ ୫ଜଣଙ୍କୁ ଧରିବା ପାଇଁ ଛିନଭିନ କରିବ ।

200 Views

   ସମ୍ବନ୍ଧିତ ଖବର