ଆଇସିସି ବୋଲିଂ ମାନ୍ୟତା: ଦ୍ଵିତୀୟ ସ୍ଥାନକୁ ଉଠିଲେ ବାଂଲାଦେଶୀ ବୋଲର, ତଳକୁ ଖସିଲେ ଯଶପ୍ରୀତ ବୁମରା

Published By : Prameya-News7 Bureau | May 26, 2021 IST

ଦୁବାଇ ୨୬।୦୫: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଦିନିକିଆ ବୋଲର ମାନ୍ୟତା ଜାରି କରିଛି। ଏହି ମାନ୍ୟତାରେ ବାଂଲାଦେଶ ବୋଲର ମେହଦି ହାସନଙ୍କୁ ଖୁବ୍ ଫାଇଦା ମିଳିଛି। ସେ ଦିନିକିଆ ମାନ୍ୟତାରେ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ସେ ଶୀର୍ଷ ୨ରେ ପହଞ୍ଚିବାରେ ବାଂଲାଦେଶର ଦ୍ଵିତୀୟ ବୋଲର ହେବାର ଉପଲବ୍ଧି ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ହାସନ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ କ୍ଷତି ଘଟିଛି। ଶୀର୍ଷ ୧୦ରେ ବୁମରା ଭାରତର ଏକ ମାତ୍ର ବୋଲର ଭାବେ ରହିଛନ୍ତି।

{"id":457525,"sizeSlug":"large","linkDestination":"none"}

ମାନ୍ୟତାରେ ମେହଦି ହାସନ ତିନୋଟି ସ୍ଥାନ ଉପରକୁ ଉଠି ୭୨୫ ରେଟିଂ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ମୁସ୍ତାଫିଜୁର ରେହମାନ ମଧ୍ୟ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ସେ ୬୫୨ ରେଟିଂ ସହ ନବମ ସ୍ଥାନକୁ ଉଠିଛନ୍ତି। ଅନ୍ୟପଟେ ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ସେ ୬୯୦ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

wp:html /wp:html

ଏହି ମାନ୍ୟତାରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ୭୩୭ ରେଟିଂ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତୃତୀୟରେ ଅଛନ୍ତି ଆଫଗାନିସ୍ତାନର ମୁଜିର ଉର ରହମାନ(୭୨୫ ପଏଣ୍ଟ)। ଚତୁର୍ଥରେ ନ୍ୟୁଜିଲାଣ୍ଡର ମ୍ୟାଟ ହେନରୀ, ଷଷ୍ଠରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା, ସପ୍ତମରେ ଇଂଲଣ୍ଡର କ୍ରିସ୍ ଓ୍ଵକ୍ସ, ଅଷ୍ଟମରେ ଅଷ୍ଟ୍ରେଲିଆ ଜୋସ୍ ହେଜେଲଉଡ। ପାଟ କମିନ୍ସ ଗୋଟିଏ ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.