Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବାଂଲାଦେଶୀ ଯୁବତୀଙ୍କ ଗୁପ୍ତାଙ୍ଗରେ ବୋତଲ ପୂରାଇ ଦେଇଥିଲେ ଦୁଷ୍କର୍ମକାରୀ, ଭିଡିଓ କରି ଭାଇରାଲ୍‌ କରିଥିଲେ, କିନ୍ତୁ ପୋଲିସକୁ ପୁରସ୍କାର କାହିଁକି ?

8/07/2021 at 5:43 PM

ବେଙ୍ଗାଲୁରୁ ୮/୦୭: ରାକ୍ଷସ ପାଲଟିଲା ମଣିଷ ! ପ୍ରଥମେ ଗଣଦୁଷ୍କର୍ମ କରି ପରେ ଯୁବତୀଙ୍କ ଗୁପ୍ତାଙ୍ଗରେ ପୂରାଇଦେଲେ ବୋତଲ। ଏତିକି​‌ରେ ବର୍ବରତା ଥମିନଥିଲା। ପରେ ଏ ସମସ୍ତ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍‌ କରିଦେଲେ ଅଭିଯୁକ୍ତ। ବହୁ ଚର୍ଚ୍ଚିତ ମାମଲାରେ ବେଙ୍ଗାଲୁରୁ ପୋଲିସକୁ ସଫଳତା ମିଳିଛି। ବାଂଲାଦେଶୀ  ଯୁବତୀଙ୍କ ସହ ଗଣଦୁଷ୍କର୍ମ ଏବଂ ବର୍ବରତା କରିଥିବା ନେଇ ୧୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ପୋଲିସ ମାମଲାଟିକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଛି। ଏଥିରେ ଖୁସୀ ହୋଇ ତଦନ୍ତ ଟିମଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ବେଙ୍ଗାଲୁରୁ ପୋଲିସ କମିଶନର ଘୋଷଣା କରିଛନ୍ତି। ତେବେ ବାଂଲାଦେଶୀ ଯୁବତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ଏହି ଭିଡିଓ ଚଳିତ ବର୍ଷ ମେ’ ମାସରେ ଭାଇରାଲ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓରେ ଯୁବତୀଙ୍କ  ଗୁପ୍ତାଙ୍ଗରେ ମଦ ବୋତଲ ଅଭିଯୁକ୍ତମାନେ ପୂରାଉଥିବା ଦେଖିବାକୁ ମିଳିଥିଲା। ଏହା ସହ ୨୨ ବର୍ଷୀୟା ପୀଡ଼ିତାଙ୍କ ସହ ଅଭିଯୁକ୍ତମାନେ ଗଣଦୁଷ୍କର୍ମ ମଧ୍ୟ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଛି ପୀଡ଼ିତାଙ୍କୁ ମାନବ ଚାଲାଣ ମାଧ୍ୟମରେ ୩ ବର୍ଷ ପୂର୍ବରୁ ବାଂଲାଦେଶରୁ ଅଣାଯାଇଥିଲା। ପୀଡ଼ିତାଙ୍କୁ ବଂଲାଦେଶରୁ ଆଣି ବେଙ୍ଗାଲୁରୁରେ ବେଶ୍ୟାବୃତ୍ତିରେ ଲଗାଇ ଦିଆଯାଇଥିଲା।

ମେ ମାସରେ ଟଙ୍କାକୁ ନେଇ ଗ୍ୟାଙ୍ଗ ଏବଂ ଯୁବତୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ତାଙ୍କ ସହ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ। ଗ୍ୟାଙ୍ଗର ପ୍ରାୟ ସଦସ୍ୟ ବାଂଲାଦେଶୀ ବୋଲି ପୋଲିସ କହିଛି। ଏପରିକି ସେମାନେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳି ଚାଳନା କରିଥିବା ମଧ୍ୟ ଜଣାପଡ଼ିଛି। ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ମାମଲାରେ ମିଳିଥିବା ଅପଡେଟକୁ ନେଇ ଉଲ୍ଲେଖ କରିଛନ୍ତି। ମାମଲାରେ ୧୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୦୧୯ ପୃଷ୍ଠାର ଏକ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରାଯାଇଛି। ଏହା ସହ ତଦନ୍ତ ଟିମ୍‌ ଉପ​‌ରେ ଖୁସୀ ହୋଇ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି କମଲ ପନ୍ତ।

   

   Related Posts