ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ : ଏନଆଇଏ ଡିଜିଙ୍କ ବଡ଼ ବୟାନ୍

Published By : Prameya-News7 Bureau | October 14, 2019 IST

ଭୁବନେଶ୍ବର ୧୪/୧୦: ଦେଶରେ ବଢୁଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନଙ୍କ କାର୍ଯ୍ୟକଳାପ ।  ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ ରହିଥିବାର ସୂଚନା ମିଳିଛି। ଜମାତ-ଉଲ-ମୁଜାହିଦ୍ଦିନ ସଂଗଠନ ଭାରତରେ ନିଜ ଗତିବିଧିକୁ ବୃଦ୍ଧି କରୁଛି । ବିଶେଷକରି, ବିହାର, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରରେ ଏହି ସଂଗଠନର କାର୍ଯ୍ୟକଳାପ ବୃଦ୍ଧି ପାଉଛି ।

ଏନଆଇଏ ଡିଜି ଯୋଗେଶ ମୋଦି ଏଭଳି ବଡ଼ ବୟାନ ଦେଇଛନ୍ତି । ଏ ସଂକ୍ରାନ୍ତରେ ୧୨୫ ସନ୍ଦିଗ୍ଧଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି । ସେପଟେ ଏନଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି, ପଞ୍ଜାବରେ ଆତଙ୍କୀ କାର୍ଯ୍ୟ ଲାଗି ଲଗାତାର ପ୍ରୟାସ ଜାରି ରଖିଛନ୍ତି ଆତଙ୍କବାଦୀମାନେ । ଏଭଳି ୮ଟି ମାମଲାରେ ୧୬ ଜଣଙ୍କୁ ଗିରଫ କରାଯାଇଛି । ଖଲିସ୍ତାନ ଆନ୍ଦୋଳନକାରୀ ଏଥିରେ ସାମିଲ ଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.