Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବାଂଲାଦେଶୀଙ୍କୁ ରାଜ୍‌ ଠାକରେଙ୍କ ଏମ୍‌ଏନ୍ଏସ୍‌ର ଧମକ : ଦେଶ ଛାଡ ନହେଲେ ଆମ ଷ୍ଟାଇଲରେ ତଡିବୁ

5/02/2020 at 1:15 PM

ନୂଆଦିଲ୍ଲୀ ୦୫।୦୨: ନାଗରିକତା ସଂଶୋଧନ ଆଇନ ନେଇ ସାରା ଦେଶରେ  ବିକ୍ଷୋଭ ଓ ବିରୋଧ ଜାରି ରହିଛି । ଏପରି ସମୟରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ର କିଛି ପୋଷ୍ଟର ସାମ୍ନାକୁ ଆସିଛି , ଯାହା ଚର୍ଚ୍ଚା ସୃଷ୍ଟି କରିଛି ।  ଏହି ପୋଷ୍ଟରରେ ରାଜ୍‌ ଠାକରେଙ୍କ MNS ବାଂଲାଦେଶୀଙ୍କୁ ଚେତାବନୀ ଦେଇଛି । ଭାରତରେ ଥିବା ବାଂଲାଦେଶୀ ନାଗରିକଙ୍କୁ ଦେଶ ଛାଡି ଯିବାକୁ କହିଛି MNS । ଏପରିକି ତୁରନ୍ତ ଭାରତ ନଛାଡିଲେ, ପରିଣାମ ଭୟଙ୍କର ହେବ ବୋଲି ହିନ୍ଦୁତ୍ବକୁ ଗୁରୁତ୍ବ ଦେଉଥିବା MNS ଏକ ପ୍ରକାର ଧମକ ଦେଇଛି । ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ନିଜର ପତାକା ବଦଳାଇ ବେଶ କଠୋର୍‌ ମନୋଭାବର ସଙ୍କେତ ଦେଇଥିବା ବେଳେ MNS  ପୋଷ୍ଟର ଆହୁରି କଠୋର ଆଭିମୁଖ୍ୟର ସୂଚନା ଦେଇଛି ।  ପୋଷ୍ଟରରେ ରାଜ୍‌ ଠାକ୍‌ରେ ଓ ତାଙ୍କ ପୁଅକୁ ଦେଖିବାକୁ ମିଳିଛି । 

ଶିବସେନା ପ୍ରମୁଖ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ CAA ଓ NRCକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦେଶରେ ନାଗରିକତା ସାବ୍ୟସ୍ତ କରିବା ଏତେ ସହଜ ନୁହେଁ ବୋଲି କହିଥିଲା । ତେଣୁ ରାଜ୍ୟରେ NRC ଲାଗୁ କରାଯିବନାହିଁ ବୋଲି ଉଦ୍ଧବ ଠାକରେ କହିଥିଲେ । ତେବେ ଗୋଟିଏ ପଟେ ବିରୋଧ ଜାରି ରହିଥିବା ବେଳେ MNS ପକ୍ଷରୁ ଜାରି କରାଯାଇଛି । NRC ଜରିଆରେ ବାଂଲାଦେଶୀ ଅନୁପ୍ରବେଶକାର ତୁରନ୍ତ ଦେଶ ଛାଡି ଯାଆନ୍ତୁ, ନହେଲେ ସେନା ନିଜ ଉପାୟରେ ସେମାନଙ୍କୁ ଦେଶ ବାହାରକୁ ପଠାଇବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି । କେବଳ ମହାରାଷ୍ଟ୍ର ନୁହେଁ, ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ NRC ଲାଗୁ କରିବେ ନାହିଁ ବୋଲି ଜଣାଇସାରିଛନ୍ତି । କେତେକ ରାଜ୍ୟ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିସାରିଛନ୍ତି ।

   Related Posts