ବାଂଲାଦେଶୀ ଯୁବତୀଙ୍କୁ ଗଣଦୁଷ୍କର୍ମ ! ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିଦେଲେ ଅଭିଯୁକ୍ତ

Published By : Prameya-News7 Bureau | May 29, 2021 IST

ବେଙ୍ଗାଲୁରୁ, ୨୯|୦୫: ବେଙ୍ଗାଲୁରୁ ସହରରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଭୟଙ୍କର ସ୍ଥିତିରେ ରହିଛି । ଏହି ସମୟରେ ଜଣେ ୨୨ ବର୍ଷ ବୟସ୍କ ବାଙ୍ଗଳାଦେଶୀ ଯୁବତୀଙ୍କର ଗଣଦୁଷ୍କର୍ମ ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗଣଦୁଷ୍କର୍ମକୁ ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରାଇଛନ୍ତି ନିଜେ ଅଭିଯୁକ୍ତ ।

ପୂର୍ବ ଭାରତରେ ବିଶେଷ କରି ଆସାମ ଓ ପଶ୍ଚିମବଙ୍ଗରେ ଏହି ଗଣ ଦୁଷ୍କର୍ମର ଭିଡିଓ ଭାଇରାଲ ହେବା ପରେ ଆସାମ ପୋଲିସ ଏକ ନୋଟିସ ଜାରି କରିଥିଲା। ଏହି ଭିଡିଓରେ ସମୁଦାୟ ପାଞ୍ଚଜଣ ଅଭିଯୁକ୍ତ ଥିବା ବେଳେ ସେଥିମଧ୍ୟରେ ଜଣେ ଯୁବତୀ ମଧ୍ୟ ରହିଥିଲେ। ଯେଉଁ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି ସେ ମଧ୍ୟ ବଙ୍ଗଳାଦେଶୀ ମହିଳା ବୋଲି ଜଣା ପଡ଼ିଛି।

ସମସ୍ତେ ଏକ ଦେହ ବ୍ୟବସାୟ ରାକେଟରେ ସମ୍ପୃକ୍ତ ଥିବାର ପୋଲିସ ସୂତ୍ରରୁ ଜଣାପଡିଛି। ନିଜ ଭିତରେ ଟଙ୍କା  ଆବଣ୍ଟନକୁ ନେଇ ଏପରି ବୀଭତ୍ସ କାଣ୍ଡ ଘଟିଥିବାର ଜଣାପଡିଛି। ଏହି ଘଟଣାରେ ବାଙ୍ଗାଲୋର ପୋଲିସ ଚାରିଜଣ ୨୦ ରୁ ୨୫ ବର୍ଷ ବୟସର ଯୁବକ ଏବଂ ଜଣେ ଯୁବତୀକୁ ଗିରଫ କରି ଅପରାଧ ଘଟିଥିବା ଭଡା ଘରକୁ ସିଲ୍ କରିଛି । ତେବେ ଘଟଣାର  ଯାଞ୍ଚ କରୁଥିବାବେଳେ ଦୁଇ ଯୁବକ ପୋଲିସ ହାତରୁ ଖସି ଯିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କ ଆକ୍ରମଣରେ ଦୁଇ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.