ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି: ସୁରକ୍ଷା ନେଇ ଉଠିଲାଣି ପ୍ରଶ୍ନ, ଆସାମ ଭଳି ଓଡିଶାରେ ବି ଆରମ୍ଭ ହେବ ଏନଆରସି

Published By : Prameya-News7 Bureau | August 12, 2019 IST

ଭୁବନେଶ୍ବର୧୨|୮; ରାଜ୍ୟରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ସଂଖ୍ୟା ଏବେ ହୁ ହୁ ହୋଇ ବଢୁଛି । ସେମାନଙ୍କ ଯୋଗୁଁ ରାଜ୍ୟରେ ଅପରାଧ ବଢୁଥିବା ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ହେଉଥିବାର ଅଭିଯୋଗ ହେଉଛି ।ଏକଦା ବାଂଲାଦେଶ ଶରଣାର୍ଥୀଙ୍କୁ ଓଡ଼ିଶାରେ ଥଇଥାନ କରାଯାଇଥିଲା। କାହିଁକି ପ୍ରସ୍ତୁତ ହେଇପାରୁନି ବଙ୍ଗଳା ଶରଣାର୍ଥୀଙ୍କ ତାଲିକା ? କାହିଁକି ବେଆଇନ ଭାବେ ଆସି ଓଡ଼ିଶାରେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରାଯାଇ ପାରୁନି ?

{"id":143695}

ସତୁରୀ ଦଶକର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଭିଟାମାଟି ଛାଡ଼ି ଓଡ଼ିଶାରେ ମୁଣ୍ଡ ଗୁଞ୍ଜିବାକୁ ଆସିଥିଲେ କିଛି ହାତଗଣତି ବଙ୍ଗଳାଦେଶ ଶରଣାର୍ଥୀ । ମାଲକାନଗିରି ଜିଲ୍ଲାରେ ସେମାନଙ୍କୁ ଆଶ୍ରୟ ନେବାକୁ ସରକାର ଦେଇଥିଲେ ଅନୁମତି । କିନ୍ତୁ ରାଜ୍ୟରେ ବର୍ତ୍ତମାନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି।

{"id":143696}

 କେନ୍ଦ୍ରାପଡ଼ାର ରାଜନଗର, ଗୁପ୍ତି, ଡାଙ୍ଗମାଳ, ଭିତରକନିକା ଏବଂ ମହାକାଳପଡ଼ା ଅଞ୍ଚଳ ସମେତ ପ୍ରାୟ ସବୁ ଜିଲ୍ଲାରେ ସେମାନଙ୍କ ସଂଖ୍ୟା ଆଶାତୀତ ବଢ଼ିଛି । କେବେ କୁହାଯାଉଛି ସେମାନେ ଶରଣାର୍ଥୀ ପୁଣି କେତେବେଳେ ଅନୁପ୍ରବେଶକାରୀଙ୍କୁ ନେଇ ଉଠିଛି ଚିନ୍ତା।  ସେମାନଙ୍କ ଯୋଗୁଁ ଉପକୂଳ ସୁରକ୍ଷା ଏବଂ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ଅଭିଯୋଗ ହେଉଛି ।

{"id":143697}

କେବଳ କେନ୍ଦ୍ରାପଡ଼ା କାହିଁକି ଭୁବନେଶ୍ବର ସମେତ ବିଭିନ୍ନ ସମେତ ବିଭିନ୍ନ ସହରରେ ବେଆଇନ ବାଂଲାଦେଶୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି।  କେନ୍ଦ୍ରାପଡ଼ା ଜିଲ୍ଲାରେ ବଙ୍ଗଳାଦେଶ ଶରଣାର୍ଥୀ ସମସ୍ୟା ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବାରମ୍ବାର ପତ୍ର ବିନିମୟ ହୋଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ବି ଦାୟର ହୋଇଛି ।

{"id":143699}

 ଏପଟେ, ଏହି ପ୍ରଙ୍ଗକୁ ନେଇ ରାଜନୀତି ବି କିଛି କମ୍ ନୁହେଁ । ଓଡ଼ିଶାରେ କଂଗ୍ରେସ ଶାସନ ଅମଳରେ ହିଁ ବାଂଳାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଛି ବୋଲି ବିଜେପି ଆକ୍ଷେପ କରୁଛି । ସେପଟେ, କଂଗ୍ରେସର ପ୍ରଶ୍ନ କାହିଁକି ପ୍ରସ୍ତୁତ ହୋଇପାରୁନି ଶରଣାର୍ଥୀଙ୍କ ତାଲିକା ?

ରାଜନୈତିକ ଦଳଗୁଡ଼ିକ ପାଇଁ ବଙ୍ଗଳାଦେଶ ଶରଣାର୍ଥୀ ଏକ ସୁନିଶ୍ଚିତ ଭୋଟ୍ ବ୍ୟାଙ୍କ । ସେଥିପାଇଁ, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଦଳ ଖୋଲାଖୋଲି ବିରୋଧ କରିବା ଦେଖାଯାଉନି । ଏପଟେ ଆସାମ ପରେ ଓଡ଼ିଶାରେ ମଧ୍ୟ ଏନଆରସି ଲାଗୁ ହେବା ନେଇ ଆଲୋଚନା ହେଉଛି। ଯେଉଁଥିରୁ ସ୍ପଷ୍ଟ ହୋଇଯିବ କେତେ ଶରଣାର୍ଥୀ ଅଛନ୍ତି ଓ କେତେ ଅନୁପ୍ରବେଶାକାରୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.