Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ଆଶ୍ଚର୍ଯ୍ୟ ! ପୁତ୍ର ଜନ୍ମ ଦେବାର ୨୬ ଦିନ ପରେ ପୁଣି ଜାଅଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା

28/03/2019 at 5:45 PM

ସହରସା ୨୮/୩ : ଜଣେ ୨୦ ବର୍ଷ ବୟସ୍କା ମହିଳା ଶିଶୁ ଜନ୍ମ ଦେବାର ୨୬ ଦିନ ପରେ ପୁଣି ଜାଅଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି | ଘଟଣାରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଢାକାର ସହରସାର ଜିଲ୍ଲାର ମହିଳା ଅରିଫା ସୁଲତାନା ଫେବୃଆରୀ ୨୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ସେ ଗର୍ଭବତୀ ଥିଲେ | ଗର୍ଭାବସ୍ଥା କୌଣସି ସମସ୍ୟା ଯୋଗୁଁ ତାଙ୍କୁ ଖୁଲନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲରେ ଭଟ୍ଟୀ ହେବାର କିଛି ଘଣ୍ଟା ପରେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ | ଶିଶୁଟି ସମୟ ପୂର୍ବରୁ ଜନ୍ମ ନେଇଥିଲା | ପୁତ୍ର ଜନ୍ମ ପରେ ଅରିଫା ନିଜ ଘରକୁ ଫେରି ଯାଇଥିଲେ |

ମହିଳାଙ୍କ ଗର୍ଭରେ ଆଉ ୨ଟି ଶିଶୁ ଥିଲେ | ଯାହା ଉପରେ ଡାକ୍ତର ଧ୍ୟାନ ଦେଇନଥିଲେ | ଶିଶୁ ପୁତ୍ରକୁ ଜନ୍ମ ଦେବାର ୨୬ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ ଅରିଫା ପୁଣି ହସ୍ପିଟାଲକୁ ଆସିଥିଲେ | ଡାକ୍ତର ତାଙ୍କର ଅଲଟ୍ରାସାଉଣ୍ଡ କରିଥିଲେ | ଅଲଟ୍ରାସାଉଣ୍ଡରେ ଜଣାପଡିଥିଲା ମହିଳାଙ୍କର ଦୁଇଟି ଗର୍ଭାଶୟ ଅଛି | ହସ୍ପିଟାଲର ଶିଶୁ ଏବଂ ମହିଳା ବିଶେଷଜ୍ଞ ଡାକ୍ତର ପୋଦ୍ଦାର କହିଛନ୍ତି ଯେ, ଅଲଟ୍ରାସାଉଣ୍ଡ ପରେ ଜଣାପଡିଥିଲା ଯେ, ଅରିଫାଙ୍କର ୨ଟି ଗର୍ଭାଶୟ ଅଛି | ସେ ପୁଣି ଜାଅଁଳା ଶିଶୁକୁ ଜନ୍ମ ଦେଇଥିଲେ | ଜାଅଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଏବଂ ଜଣେ ଝିଅ ଥିଲେ |


ଡାକ୍ତର ପୋଦ୍ଦାର କହିଛନ୍ତି ପ୍ରଥମେ ଯେଉଁ ଶିଶୁ ଜନ୍ମ ହୋଇଥିଲା ସେ ଗୋଟିଏ ଗର୍ଭାଶୟରେ ଥିଲାବେଳେ ଅନ୍ୟ ୨ ଶିଶୁ ୨ୟ ଗର୍ଭାଶୟରେ ଥିଲେ | ଏହା ଏକ ଦୁର୍ଲଭ ଘଟଣା ଥିଲା ବୋଲି କହିଛନ୍ତି ଡାକ୍ତର | ମଙ୍ଗଳବାର ଦିନ ମା’ ଏବଂ ୩ ଶିଶୁଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା | ୩ଜଣ ଶିଶୁ ସୁସ୍ଥ ଥିବା କହିଛନ୍ତି ଡାକ୍ତର | ଜେସରର ମୁଖ୍ୟ ସରକାରୀ ହସ୍ପିଟାଲର ଡାକ୍ତର ଦିଲ୍ଲୀପ ରାୟ କହିଛନ୍ତି ଯେ, ସେ ତାଙ୍କର ୩୦ ବର୍ଷର କ୍ୟାରିଅରରେ ଏଭଳି ମାମଲା କେବେ ଦେଖିନଥିଲେ | ସେ ଖୁଲନା ହସ୍ପିଟାଲ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ ଯେ, ପ୍ରଥମରୁ ଡାକ୍ତର ମହିଳାଙ୍କ ଦ୍ୱିତୀୟ ଗର୍ଭାଶୟ ସମ୍ପର୍କରେ କିଭଳି ଜାଣିପାରିଲେନାହିଁ |


ସୁଲତାନା ଜଣେ ଗରିବ ପରିବାରର ସଦସ୍ୟ | ସେଥିପାଇଁ ସେ ୩ ଶିଶୁଙ୍କୁ ନେଇ ଚିନ୍ତିତ | ୩ ଶିଶୁଙ୍କ ଭରଣପୋଷଣକୁ ନେଇ ସେ ବହୁତ ଚିନ୍ତିତ | ତେବେ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ସେ ୩ ଶିଶୁଙ୍କ ଭରଣପୋଷଣ ଭଲ ଭାବେ କରିବେ | ସୁଲତାନା ସ୍ୱାମୀ ଜଣେ ମଜୁରିଆ ଭାବେ କାମ କରନ୍ତି | ସେ ବଡ କଷ୍ଟରେ ମାସକୁ ୫୦୦୦ ଟଙ୍କା ରୋଜଗାର କରିଥାନ୍ତି ଏବଂ ବଡ କଷ୍ଟରେ ପରିବାର ଚଳାଇଥାନ୍ତି |

   Related Posts