ଇଡେନ୍ ଗାର୍ଡେନରେ ଭାରତ ଓ ବାଂଲାଦେଶ ୨ୟ ଟେଷ୍ଟ : ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | November 22, 2019 IST

କୋଲକାତା ୨୨।୧୧: କୋଲକାତା ଇଡେନ ଗାର୍ଡେନରେ ଖେଳାଯାଉଥିବା ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହି ଟେଷ୍ଟ ମ୍ୟାଚର ପ୍ରମୁଖତା ହେଉଛି ଯେ, ଭାରତ ତାର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ, ଏହି ମ୍ୟାଚ୍ ପୁଣି ପିଙ୍କ୍ ବଲ୍‌ରେ ଖେଳାଯିବ । ତେଣୁ କୋଲକାତା ଇଡେନ୍ ଗାର୍ଡେନ୍ ସହ ଐତିହାସିକ ସିଟିକୁ ପୂରା ଗୋଲାପି ରଙ୍ଗରେ ସଜେଇ ଦିଆଯାଇଛି । 

{"id":188021,"sizeSlug":"large"}

ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବେ । ସେହିପରି ମ୍ୟାଚ୍ ପାଇଁ ପାରା ଟ୍ରୁପରର୍ସ ବଲ୍ ଧରି ପଡିଆରେ ଓହ୍ଲାଇବେ ଏବଂ ଦୁଇ କ୍ୟାପଟେନ୍‌ଙ୍କୁ ଏହା ହସ୍ତାନ୍ତର କରିବେ । ପ୍ରଥମ ଟେଷ୍ଟରେ ଭାରତ ଏକପାଖିଆ ବିଜୟ ହାସଲ କରିଥିବାରୁ ଏହ ମ୍ୟାଚ୍ ଭାରତ ଆଡଭାଣ୍ଟେଜରେ ରହିବ । ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.