Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପାକିସ୍ତାନ ଆମକୁ କ୍ଷମା ମାଗୁ, ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଗଣହତ୍ୟା ପାଇଁ ଇସଲାମାବାଦ ଦାୟୀ

9/01/2021 at 4:23 PM

ବାଂଲାଦେଶ ୦୯/୦୧: ୧୯୭୧ରେ ମୁକ୍ତି ସଂଗ୍ରାମ ସମୟରେ ନରସଂହାର ପାଇଁ ପାକିସ୍ତାନ କ୍ଷମା ମାଗୁ ବୋଲି ଦାବି କରିଛି ବାଂଲାଦେଶ। ଔପଚାରିକ ଉପାୟରେ ପାକିସ୍ତାନ କ୍ଷମା ମାଗିବା ଦରକାର ବୋଲି ବାଂଲାଦେଶ ଦାବି କରିଛି। ବାଂଲାଦେଶର ବୈଦେଶିକ ରାଜ୍ୟ ମନ୍ତ୍ରୀ ମହମ୍ମଦ ସାରିୟାର ଆଲମ ପାକିସ୍ତାନର ଉଚ୍ଚାୟୁକ୍ତ ଇମ୍ରାନ ଅମମ୍ମଦ ସିଦ୍ଦିକିଙ୍କୁ ଏନେଇ କହିଥିବା ଜଣାପଡ଼ିଛି।

ପାକିସ୍ତାନ ସହିତ ଦ୍ବିପାକ୍ଷିକ ମାମଲାର ସମାଧାନ ପାଇଁ କ୍ଷମା ତଥା ବାଂଲାଦେଶରେ ଫସି ରହିଥିବା ପାକିସ୍ତାନୀ ନାଗରିକଙ୍କୁ ଫେରାଇନେବା ସହିତ ସମ୍ପତ୍ତିର ଭାଗ କରିବା ଜରୁରୀ ବୋଲି ମଧ୍ୟ ମହମ୍ମଦ ସାରିୟାର ଆଲମ ପାକିସ୍ତାନର ଉଚ୍ଚାୟୁକ୍ତ ଇମ୍ରାନ ଅମମ୍ମଦଙ୍କୁ କହିଛନ୍ତି।

ବାଂଲାଦେଶ ସ୍ବାଧୀନତାର ୫୦ ବର୍ଷ ପାଳନ କରୁଥିବା ବେଳେ ଘଟଣାଟି ପୁଣି ପ୍ରସଙ୍ଗ ହୋଇଛି। ୧୯୭୧ରେ ପାକିସ୍ତାନୀ ସେନା ଦ୍ବାରା ତତ୍କାଳୀନ ପୂର୍ବ ପାକିସ୍ତାନରେ ଅତ୍ୟାଚାର କରୁଥିବା ନେଇ ଏକ ଆନ୍ତର୍ଜାତୀକ ମାନବିକ ସଙ୍କଟ ଦେଖାଇଥିଲା । ପାକିସ୍ତାନୀ ସେନାର କାର୍ଯ୍ୟକଳାପ ଯୋଗୁଁ ଅନେକ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା  କିନ୍ତୁ ଶେଷରେ ବାଂଲାଦେଶ ସ୍ବାଧୀନତା ହାସଲ କରିଥିଲା।

୧୯୭୧ ନରସଂହାର ଘଟଣାକୁ ପ୍ରଥମ ଥର ନୁହେଁ ବରଂ ବାରମ୍ବାର ଉଠାଇଛି ବାଂଲାଦେଶ। ଡିସେମ୍ବରରେ ପାକିସ୍ତାନ ରାଷ୍ଟ୍ରଦୂତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିବା ସମୟରେ ଏହି ଘଟଣା ପୁଣିଥରେ ଉତ୍ଥାପନ ହୋଇଥିଲା। ପାକିସ୍ତାନୀ ସେନା ଦ୍ବାରା କରାଯାଇଥିବା ବାଂଲାଦେଶ ପ୍ରତି କରାଯାଇଥିବା ଅତ୍ୟାଚାରକୁ ଭୁଲିବା କିମ୍ବା କ୍ଷମା କରିବା ଅସମ୍ଭବ ବୋଲି ଶେଖ ହସିନା କହିଥିଲେ।

ଏହି ସମୟରେ ବାଂଲାଦେଶ ମନ୍ତ୍ରୀ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ କହିଛନ୍ତି ଯେ ଢ଼ାକା ସମସ୍ତ ପଡୋଶୀ ଦେଶ ସହ ସମ୍ପର୍କ ବଢ଼ାଇବାକୁ ଆଗ୍ରହୀ । ଏହା ସହ ଆମେ ପାକିସ୍ତାନ ସହ ଜଡିତ ହେବାକୁ ଅପେକ୍ଷା କରିଛୁ। SAFTA ପ୍ରାବଧାନ ଦ୍ବାରା  ବାଂଲାଦେଶ ଉତ୍ପାଦର ବାଣିଜ୍ୟ ପାଇଁ ଅନୁମତି ଦେବା ସହ ଅନ୍ୟ ବାଶିଜ୍ୟିକ ପ୍ରତିବନ୍ଧକୁ ହଟାଇବା ଦରକାର ବୋଲି ସେ ପାକିସ୍ତାନୀ ଉଚ୍ଚାୟୁକ୍ତ ଇମ୍ରାନ ଅମମ୍ମଦ ସିଦ୍ଦିକିଙ୍କୁ ଅନୁରୋଧ କରିଥିବା ମଧ୍ୟ ଜଣାପଡ଼ିଛି।

   Related Posts