Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ବାଙ୍ଗଲାଦେଶୀ କ୍ରିକେଟର୍ ମହମ୍ମଦ ଶୋଜିବଙ୍କ ଆତ୍ମହତ୍ୟା : ଖେଳିଥିଲେ ୨୦୧୮ ଅଣ୍ଡର- ୧୯ ଓ୍ବାଲର୍ଡ଼ କପ୍,ମାତ୍ର ୨୧ ବର୍ଷରେ ଭାଙ୍ଗିଗଲା ସ୍ବପ୍ନ

16/11/2020 at 12:20 PM

ଢାକା ୧୬/୧୧: ବାଙ୍ଗଲାଦେଶର ଅଣ୍ଡର- ୧୯ କ୍ରିକେଟର ମହମ୍ମଦ ଶୋଜିବଙ୍କ ଦୁର୍ଗାପୁରରେ ୨୧ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ଥାନୀୟ ପୋଲିସର କହିବା ଅନୁସାରେ ଏହି ଯୁବ ଖେଳାଳୀ ଆତ୍ମହତ୍ୟା କରିଛନ୍ତି। ବାଙ୍ଗଲାଦେଶର କ୍ରିକେଟ୍ ବୋର୍ଡ଼ର ନିର୍ଦେଶକ ଖାଲିଦ ମେହମୁଦ ମଧ୍ୟ ମହମ୍ମଦ ଶୋଜିବଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କରିଛନ୍ତି।

ମହମ୍ମଦ ଶୋଜିବ ଶେଷ ଥର ୨୦୧୭-୧୮ରେ ଢାକା ପ୍ରିମିୟର ଲିଗରେ ଶିନାପୁଖୁର କ୍ରିକେଟ କ୍ଲବ୍ ପାଇଁ କ୍ରିକେଟ ଖେଳିଥିଲେ। ଶୋଜିବ ୨୦୧୮ରେ ଅଣ୍ଡର-୧୯ ଓ୍ବାଲର୍ଡ କପ୍‌ରେ ଷ୍ଟାଣ୍ଡବାଇ ଖେଳାଳୀଙ୍କ ମଧ୍ୟରେ ସାମିଲ ଥିଲେ। ଏହା ବ୍ୟତୀତ ଶୋଜିବ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ୨୦୧୭ମସିହାରେ ୩ଟି ୟୁଥ ଓ୍ବାନ୍ ଡେ ମଧ୍ୟ ଖେଳିଥିଲେ।

ବାଙ୍ଗଲାଦେଶ କ୍ରିକେଟ୍ ବୋର୍ଡ଼ର ନିର୍ଦେଶକ ଖାଲିଦ ମେହମୁଦ କହିଛନ୍ତି ଯେ ଅତ୍ୟନ୍ତ ଦୁଃଖଦ ଖବର,ବିଶ୍ବାସ ହେଉ ନାହିଁ। ସେ ଜଣେ ଓପନିଂ ବ୍ୟାଟସମ୍ୟାନ୍ ଥିଲେ ଏବଂ ମିଡିୟମ୍ ପେସର ଥିଲେ। ସେ ଶିନାଖୁପୁର କ୍ରିକେଟ କ୍ଳବ୍ ତରଫରୁ ଖେଳିଥିଲେ। ମହମ୍ମଦ ଶୋଜିବ ରାଜଶାହୀରେ ଯେଉଁ ଏକାଡେମୀରୁ ଟ୍ରେନିଂ ଆରମ୍ଭ କରିଥିଲେ ସେହି ସ୍ଥାନର ହେଡ କୋଚ୍ ଥିଲେ ଖାଲିଦ ମେହମୁଦ।

   Related Posts