ଟ୍ରେନ୍ ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ, ୬୦ରୁ ଅଧିକ ଆହତ
12/11/2019 at 5:08 PM

ଢାକା ୧୨।୧୧: ବାଂଲାଦେଶରେ ଟ୍ରେନ୍ ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ଭୋର ପ୍ରାୟ ୩ଟା ବେଳେ କସ୍ବା ନଗରର ମଣ୍ଡୋଲଭାଗ ଷ୍ଟେଷନ ନିକଟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ଢାକାରୁ ଚିଟାଗଙ୍ଗ ଆସୁଥିବା ଟ୍ରେନ୍ ଅନ୍ୟ ଏକ ଟ୍ରେନ୍କୁ ଧକ୍କା ଦେଇଛି । ଭୋର ସମୟ ହୋଇଥିବାରୁ ଯାତ୍ରୀମାନେ ଶୋଇଥିଲେ । ଟ୍ରେନ୍ ର ବଗି ଚାପା ହୋଇଯାଇଥିବାରୁ ଏଥିରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା । କଟର ମେସିନ୍ ସାହାଯ୍ୟରେ ବଗି କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।