ପୁଣି ଥରେ କରୋନା ପ୍ରହାର, ଏବେ ରଦ୍ଦ ହେଲା ଏହି ଶୃଙ୍ଖଳା
24/06/2020 at 7:25 PM

ନୂଆଦିଲ୍ଲୀ ୨୪।୦୬: କରୋନା ଭାଇରସ୍ର ପ୍ରକୋପକୁ ଦେଖିଲେ ଏବେ କ୍ରୀଡା ଆୟୋଜନ ଆଶା ଲାଗୁ ନାହିଁ। କରୋନା କାରଣରୁ ଭାରତ ଶ୍ରୀଲଙ୍କା ସହିତ ଜିମ୍ବାଓ୍ଵେ ଗସ୍ତ ମଧ୍ୟ ବାତିଲ୍ କରି ସାରିଛି। ଏବେ ବାଂଲାଦେଶ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତ ରଦ୍ଦ କରିଛି। ବାଂଲାଦେଶ ଦଳକୁ ଶ୍ରୀଲଙ୍କା ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାର ଥିଲା। ଏହା ପୂର୍ବରୁ ବାଂଲାଦେଶ ନ୍ୟୁଜିଲାଣ୍ଡ ସହିତ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ମଧ୍ୟ ବାତିଲ୍ କରି ସାରିଛି।
ଆଇସିସି ବାଂଲାଦେଶ କ୍ରିକେଟ୍ ଦଳର ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ବିଷୟରେ ସୂଚନା ଦେଇଛି। ଆଇସିସି ଟ୍ଵିଟ୍ କରି ଜଣାଇଛି ଯେ, ବାଂଲାଦେଶ ଆଗାମୀ ମାସରେ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତ ସ୍ଥଗିତ ରଖିଛି। ମଙ୍ଗଳବାର ନ୍ୟୁଜିଲାଣ୍ଡ ସହିତ ବାଂଲାଦେଶର ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ମଧ୍ୟ ରଦ୍ଦ ହୋଇଛି। କାରଣ ଦକ୍ଷିଣ ଏସିଆ ଦେଶରେ କ୍ରିକେଟ୍ର କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି।
ନ୍ୟୁଜିଲାଣ୍ଡକୁ ଅଗଷ୍ଟ-ସେପ୍ଟେମ୍ବରରେ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଆଧାରରେ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବା ପାଇଁ ବାଂଲାଦେଶ ଗସ୍ତ କରିବାର ଥିଲା। ହେଲେ ଗତ ସପ୍ତାହରେ ବାଂଲାଦେଶର ପୂର୍ବତନ ଅଧିନାୟକ ମଶରଫି ମୋର୍ତ୍ତାଜା, ନଜମୁଲ ଇସଲାମ ଓ ନଫିସ୍ ଇକବାଲ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ବାଂଲାଦେଶ କ୍ରିକେଟ୍ ବୋର୍ଡ ଏହା ପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନ ଗସ୍ତ ଏବଂ ମେ ମାସରେ ଆୟରଲାଣ୍ଡ ଓ ବ୍ରିଟେନ୍ ଗସ୍ତକୁ ସ୍ଥଗିତ ରଖିଥିଲା। କରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆର ଜୁନ୍ ମାସରେ ବାଂଲାଦେଶ ଗସ୍ତକୁ ମଧ୍ୟ ସ୍ଥଗିତ ରଖିଥିଲେ।
ହେଲେ ଏସବୁ ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ନଜର ଆଗାମୀ ମାସରେ ଓ୍ଵେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଶୃଙ୍ଖଳା ଉପରେ ରହିଛି। ଏହି ଶୃଙ୍ଖଳା ସହିତ ଚାରି ମାସର ବ୍ରେକ୍ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ର ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି। ଏହି ପରି ଅଗଷ୍ଟରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଖେଳାଯିବାର ଅଛି।