ବାଂଲାଦେଶକୁ ଶକ୍ତ ଝଟକା, ଟି-୨୦ ବିଶ୍ଵ କପ୍‌ରୁ ବାହାର ହେଲେ ଶାକିବ ଅଲ ହସନ

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧।୧୦: ଆଇସିସି ଟି-୨୦ ବିଶ୍ଵ କପ୍ କ୍ରିକେଟ୍‌ରେ ବାଂଲାଦେଶକୁ ଲାଗିଲା ଜୋରଦାର ଝଟକା। ଦଳର ତାରକା ଅଲରାଉଣ୍ଡର ଶାକିବ ଅଲ ହସନ ଜଂଘ ମାଂସପେଶୀରେ ଯନ୍ତ୍ରଣା କାରଣରୁ ବିଶ୍ଵ କପ୍‌ରୁ ବାହାରି ଯାଇଛନ୍ତି। ଶାକିବ ଟି-୨୦ ବିଶ୍ଵ କପ୍‌ ଇତିହାସରେ ସର୍ବାଧିକ ଓ୍ଵିକେଟ୍‌ ହାସଲକାରୀ ବୋଲର। ଏପରିକି ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ସେ ଶୀର୍ଷରେ ଅଛନ୍ତି।

wp:html /wp:html

ବାଂଲାଦେଶ ଏ ପର୍ଯ୍ୟନ୍ତ ବିଶ୍ଵ କପ୍‌ର ସୁପର-୧୨ ରାଉଣ୍ଡରେ ତିନୋଟି ମ୍ୟାଚ୍ ହାରି ସାରିଛି ଏବଂ ପ୍ରାୟତଃ ସେମି ଫାଇନାଲ ଦୌଡରୁ ବାଦ୍ ପଡି ସାରିଛି। ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଗୁରୁବାର ଦୁବାଇରେ ଖେଳାଯିବ। ହେଲେ ଏହା ପୂର୍ବରୁ ଜଂଘ ମାଂସପେଶୀ ଟାଣି ଧରିବାରୁ ଶାକିବ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ଏବେ ତାଙ୍କର ସ୍କାନ କରାଯିବ। ଏହା ପରେ ତାଙ୍କ ଆଘାତ କେତେ ଗୁରୁତର ତାହା ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.