ଏସିଆ କପ୍ : ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କଲା ବାଂଲାଦେଶ

Published By : Prameya-News7 Bureau | September 27, 2018 IST

ଦୁବାଇ ୨୭|୯: ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ବାଂଲାଦେଶ । ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଭାରତ ଫାଇନାଲରେ ପ୍ରବେଶ କରି ସାରିଥିବାବେଳେ ଶେଷ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ୩୭ ରନ୍ରେ ହରାଇ ବାଂଲାଦେଶ ଫାଇନାଲରେ ସ୍ଥାନ ପକ୍କା କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪୮.୫ ଓଭରରେ ୨୩୯ ରନ୍ କରି ଅଲ୍ଆଉଟ ହୋଇଥିଲା । ମୁସ୍‌ଫିକୁର ରହିମ ସର୍ବାଧିକ ୯୯ ରନ୍ କରିଥିଲେ । ଜବାବରେ ପାକିସ୍ତାନ ୯ ୱିକେଟରେ ୨୦୨ ରନ୍ କରି ପାରିଥିଲା । ୨୪୦ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ୧୮ ରନ୍ରେ ୩ଟି ୱିକେଟ୍ ହରାଇବା ପରେ ପାକିସ୍ତାନର ସ୍ଥିତି ବିଗିଡିଯାଇଥିଲା । ଇମାମ୍ ଉଲ୍ ହକ୍‌ଙ୍କ ୮୩ ରନ୍ କରି ପାରି ସମ୍ଭାଳିଥିଲେ । ହେଲେ ବିଜୟ ଟାର୍ଗେଟ୍ କରିପାରିନଥିଲା ପାକିସ୍ତାନ । ଏସିଆ କପ୍ ର ଫାଇନାଲରେ ଆସନ୍ତାକାଲି ବାଂଲାଦେଶକୁ ପୁଣି ଥରେ ଭେଟିବ ଭାରତ । ଗତଥର ମଧ୍ୟ ଭାରତ ଓ ବାଂଲାଦେଶ ଫାଇନାଲ୍ ମୁକାବିଲା ହୋଇଥିଲା । ଏଥିରେ ଭାରତ ଚମ୍ପିୟନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.