Covid-19 : ଭାରତ ସୀମା ସିଲ୍ କଲା ବାଂଲାଦେଶ୍, ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସୀମା ବ୍ୟାପାର

Published By : Prameya-News7 Bureau | April 25, 2021 IST

ଢାକା ୨୫।୪: ଭାରତରେ ବଢୁଥିବା କରୋନା ଭାଇରସ ମହାମାରୀ ସଂକ୍ରମଣକୁ ଧ୍ୟାନରେ ରଖି ବାଂଲାଦେଶ ସରକାର ରବିବାର ସୀମା ସିଲ୍‌ କରିଛନ୍ତି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ବାଂଲାଦେଶ-ଭାରତ ସୀମା ବ୍ୟାପାର ରହିବ ନାହିଁ। ଏହି ସମୟରେ ଭାରତରୁ କାହାରିକୁ ବାଂଲାଦେଶରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦେଶ ଅନୁସାରେ ଗୃହମନ୍ତ୍ରୀ ଆଶାଦୁଜ୍ଜମାନ ଖାନ କମାଲ ରବିବାର ଢାକା ଟ୍ରିବ୍ୟୁନ୍ କୁ କହିଛନ୍ତି।

{"id":444072,"sizeSlug":"large","linkDestination":"none"}

ତେବେ ଭାରତ ସୀମା ସିଲ ନେଇ ପ୍ରସ୍ତାବ  ଗୁରୁବାର ହୋଇଥିବା ଅନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନାରେ ଅଗ୍ରାହ୍ୟ ହୋଇଯାଇଥିଲା।  ତେବେ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପୂର୍ବରୁ ଜର୍ମାନ, ବ୍ରିଟେନ, କାନାଡା, ଇରାନ ଓ ସାଉଦୀ ଆରବ ଆଦି ଦେଶମାନେ ଭାରତ ସହ ବିମାନ ଯୋଗାଯୋଗ ବିଛିନ୍ନ କରିଛନ୍ତି।

{"id":444073,"sizeSlug":"large","linkDestination":"none"}

ଗତବର୍ଷ ଦେଶରେ କରୋନା ଭାଇରସ ସଂକ୍ରମଣ ପରେ ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ହାର ଗତବର୍ଷର ରେକର୍ଡ ଭାଙ୍ଗିଛି। ଅସୁସ୍ଥଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ବାଂଲାଦେଶ ସୀମାବର୍ତ୍ତି ଭାରତୀୟ ରାଜ୍ୟମାନଙ୍କରେ ମଧ୍ୟ ସଂକ୍ରମଣ ବଢୁଥିବାରୁ ସରକାର ୧୪ ଦିନ ଲାଗି ସୀମା ସିଲ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.