ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା : ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ ୩/୧୦: ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଚାରି ଦିନିଆ ଗସ୍ତରେ  ଆଜି ଓ ଆସନ୍ତାକାଲି ହେବାକୁ ଥିବା ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ।   ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଶେଖ ହସିନା ।

ଉଭୟ ନେତା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା ଉପରେ ବିଚାର ବିମର୍ଶ କରିବେ ।  ଏହି ବୈଠକରେ ରୋହିଙ୍ଗ୍ୟା ଶରଣାର୍ଥୀ ଓ ତିସ୍ତା ନଦୀ ଜଳ ବିବାଦ ପ୍ରସଙ୍ଗ ହସିନା ଉଠାଇବେ ବୋଲି ସୂଚନା ମିଳିଛି । ଏହାଛଡା ଭିଡିଓ କନଫରେନ୍ସିଂ  ଜରିଆରେ ଦୁଇ ନେତା ତିନିଟି ଦ୍ୱିପାକ୍ଷିକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ । ଆଜିଠାରୁ ଆରମ୍ଭ ହେବାକୁ ଥିବା ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ଭାରତ ସମେତ ୪୦ ଦେଶର ନୀତି ନିର୍ମାତା, ବଡ ବଡ କମ୍ପାନିର ମାଲିକଙ୍କ ସହ ବିଶେଷଜ୍ଞ ମାନେ ସାମିଲ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.