Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ବାଂଲାଦେଶରେ ତୃତୀୟଥର ପାଇଁ ଗଠନ ହେବ ହସିନାଙ୍କ ସରକାର, ୩୦୦ ଆସନରୁ ୨୬୦ ସିଟ ହାତେଇଛି ଆୱାମି ଲିଗ

31/12/2018 at 2:00 PM

ବାଂଲାଦେଶ ୩୧/୧୨ : ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅବାମି ଲିଗ ବାଂଲାଦେଶର ସାଧାରଣ ନିର୍ବାଚନରେ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି | ହସିନାଙ୍କ ଅବାମି ଲିଗ ୩୦୦ରୁ ୨୬୦ ସିଟରେ ବିଜୟୀ ହୋଇଛନ୍ତି | ମୁଖ୍ୟ ସହଯୋଗୀ ଜତୀୟ ପାର୍ଟିକୁ ୨୧ ସିଟ ମିଳିଛି | ବାଂଲାଦେଶ ୱାନ ଡେ ଟିମର ଅଧିନାୟକ ମସରଫ ମୂର୍ତ୍ତଯା ମଧ୍ୟ ଅବାମି ଲିଗରୁ ବିଜୟୀ ହୋଇଛନ୍ତି | ପ୍ରମୁଖ ବିପକ୍ଷ ଦଳ ନ୍ୟାସନ୍ୟାଲ ୟୂନିଟି ଫ୍ରଣ୍ଟ ଏବଂ ଏହାର ସହଯୋଗୀ ବାଂଲାଦେଶ ନେସନ୍ୟାଲିଷ୍ଟ ପାର୍ଟି ୭ ସିଟରେ ସୀମିତ ହୋଇ ରହିଛି |

ହସିନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଭିନନ୍ଦନ ଜଣାଇଛନ୍ତି | ମୋଦିଙ୍କ ସହ କଥାବାର୍ତ୍ତାବେଳେ ବାଂଲାଦେଶର ବିକାଶ ପାଇଁ ଭାରତର ସହଯୋଗକୁ ନେଇ ହସିନା ମୋଦିଙ୍କୁ ଧନ୍ୟବାଦ ଜଣେଇଥିଲେ | ଉଭୟ ମୋଦି ଏବଂ ହସିନା ଆଗକୁ ମିଳିମିଶି କାମ କରିବା ସହ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ମଜବୁତ କରିବା ଦିଗରେ ଜୋର ଦେବେ ବୋଲି କହିଛନ୍ତି |

ସାଧାରଣ ନିର୍ବାଚନ ବେଳେ ହୋଇଥିବା ହିଂସାରେ ଜଣେ ସୁରକ୍ଷାକର୍ମୀଙ୍କ ସମେତ ୧୭ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା  । ନିର୍ବାଚନରେ  ବିଭ୍ରାଟ ହୋଇଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲେ | ଏଥିପାଇଁ ପୁଣିଥରେ ସାନି ନିର୍ବାଚନ କରେଇବା ପାଇଁ ବିରୋଧୀ ଦାବି କରିଥିଲେ | ୩୦୦ ରୁ ୨୯୯ ଆସନର ନିର୍ବାଚନ ଫଳାଫଳ ଆସି ସାରିଛି | ଜଣେ ପ୍ରର୍ଥୀଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ଆସନର ନିର୍ବାଚନ ସ୍ଥଗିତ ରଖାଯାଇଛି |

ହସିନା ଦକ୍ଷିଣ ପଶ୍ଚିମ ଗୋପାଳଗଞ୍ଜ ଆସନରୁ ବିଜୟୀ ହୋଇଛନ୍ତି | ହସିନାଙ୍କୁ ୨୨୯୫୩୯ ଭୋଟ ମିଳିଛି | ତାଙ୍କ ପ୍ରତିଦ୍ବନ୍ଦୀ ବିଏନପି ପ୍ରାର୍ଥୀଙ୍କୁ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି | ଏନୟୁଏଫ ମହାମେଣ୍ଟରେ ବିଏନପି, ଗୋନୋ ଫୋରମ, ଜେଏସଡି, ନାଗରିକ ଓକାୟା ଏବଂ କୃଷକ ଶ୍ରମିକ ଜନତା ଲିଗ ସାମିଲ ରହିଛି |

ଏନୟୁଏଫର ସଂଚାଳକ କମଳ ହୁସେନ କହିଛନ୍ତି ଯେ, ସେ ଏହି ନିର୍ବାଚନ ଫଳାଫଳକୁ ସେ ଗ୍ରହଣ କରୁନାହାଁନ୍ତି । ସମସ୍ତ ନିର୍ବାଚନ କେନ୍ଦ୍ରରେ ବେଆଇନ ଭାବେ ଭୋଟ ହୋଇଥିବା ରିପୋର୍ଟ ତାଙ୍କ ପାଖରେ ଅଛି ବୋଲି ସେ  ଯୁକ୍ତି କରିଛନ୍ତି | ନିର୍ବାଚନ ଆୟୋଗଙ୍କ ପାଖରେ ସାନି ନିର୍ବାଚନ ପାଇଁ ସେ ନିବେଦନ କରିଛନ୍ତି |

ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଯେ, ଦେଶ ସାରା ୧୦୦ ଟି ହିଂସା ମାମଲା ରହିଛି | ହିଂସାରେ ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକେ କ୍ଷମତାସୀନ ଦଳର କର୍ମୀ | ବାଂଲାଦେଶ ନିର୍ବାଚନରେ ହିଂସା ଆଶଙ୍କାକୁ ନଜରରେ ରଖି ନିର୍ବାଚନ ଆୟୋଗ ୬ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ | ନିର୍ବାଚନ ଆୟୋଗ ମୁଖ୍ୟ ନୁରଲ ହୁଦା ସୂଚନା ଦେଇଛନ୍ତି ଯେ, ଦେଶରେ ପାଖାପାଖି ୧୦.୪୧ କୋଟି ଭୋଟର ଅଛନ୍ତି |

କିଛି ନିର୍ବାଚନ କେନ୍ଦ୍ରରେ ହିଂସା ଦେଖାଦେଇଥିଲେ ମଧ୍ୟ  ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଥିଲା | ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ବାଚନ ବେଳେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା | 

   Related Posts