୭୧ ଗୋଲାପର ଫୁଲତୋଡ଼ା ପଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶେଖ ହସିନା

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୧ ତମ ଜନ୍ମଦିନ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦେଶରେ ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ 'ସେବା ଓ ସମର୍ପଣ' ଅଭିଯାନ ଆରମ୍ଭ କରାଯାଇଛି। ମୋଦି ତାଙ୍କ ଜନ୍ମଦିନରେ ନେତା, ରାଜନେତା, କଳାକାର, ସେଲିବ୍ରିଟି ଓ ଅନେକ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି।

ବାଙ୍ଗଲାଦେଶ ତରଫରୁ ମୋଦିଙ୍କୁ ଏକ ଖାସ ଶୁଭକାମନା ପଠାଯାଇଛି। ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୋଦିଙ୍କୁ ତାଙ୍କର ୭୧ ତମ ଜନ୍ମଦିନରେ ୭୧ ଗୋଲାପ ବିଶିଷ୍ଟ ଫୁଲତୋଡ଼ା ପଠାଇଛନ୍ତି।

{"id":513288,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ ଭାରତ ଓ ବାଙ୍ଗଲାଦେଶ ଇତିହାସରେ ମଧ୍ୟ ୭୧ ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଛି। କାରଣ ଭାରତ ସାହାଯ୍ୟରେ ହିଁ ବାଙ୍ଗଲାଦେଶ ୧୯୭୧ରେ ସ୍ୱାଧୀନତା ପାଇଥିଲା ଓ ବିଶ୍ୱ ମାନଚିତ୍ରରେ ନୂଆ ନାମ ପାଇଥିଲା। ପୂର୍ବ ପାକିସ୍ତାନରୁ ଅଲଗା ହୋଇ ବାଙ୍ଗଲାଦେଶ ଗଠନ ହୋଇଥିଲା। ଏଥିରେ ଭାରତର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା।

ମୋଦିଙ୍କ ଜନ୍ମଦିନ ଏଇଥିପାଇଁ ବି ଖାସ କାରଣ ଚଳିତ ବର୍ଷ ସେ କୌଣସି ପଦବୀରେ ରହିବା ୨୦ ବର୍ଷ ପୁରା କରିବେ। ସେ ୨୦୦୧ ଅକ୍ଟୋବର ୭ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୨ ତାରିଖ ରାତିରେ ଆମେରିକା ରାଜଧାନୀ ୱାସିଂଟନରେ ପହଞ୍ଚିବେ। ୨୦୨୧ ଜାନୁଆରୀରେ ଜୋ ବାଇଡେନ କ୍ଷମତାକୁ ଆସିବା ପରେ ଭାରତ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତି ପ୍ରଥମଥର ସମ୍ନାସାମ୍ନି ସାକ୍ଷାତ କରିବେ। ନ୍ୟୁୟର୍କରେ ମୋଦି ଓ ଶେଖ ହସିନାଙ୍କ ମଧ୍ୟରେ ସାକ୍ଷାତ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.