Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପେଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ

15/10/2021 at 12:27 PM

ନୂଆଦିଲ୍ଲୀ ୧୫/୧୦: ବାଂଲାଦେଶର କୋମିଲା ଜିଲ୍ଲାରେ ଦୁର୍ଗା ପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ଶେଖ ହସିନା ପେଣ୍ଡାଲରେ ହୋଇଥିବା ହିଂସା ତଥା ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ସମାଲୋଚନା କରିଛନ୍ତି । ଶେଖ୍ ହସିନା ଚେତାବନୀ ଦେଇ କହିଛନ୍ତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯିଏ ଏହି ଆକ୍ରମଣରେ ଜଡିତ ଥିବ ସେମାନଙ୍କୁ ଛଡାଯିବନି ।

ଏହା ସହିତ ଶେଖ ହସିନା ମଧ୍ୟ ଭାରତକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଶେଖ ହସିନା କହିଛନ୍ତି ଯେ ଭାରତ ଏମିତି କିଛି ନକରୁ ଯେଉଁଥିପାଇଁ ଯାହାର ପ୍ରଭାବ ବାଂଲାଦେଶ ଉପରେ ନପଡୁ । ଏହାସହ ହିନ୍ଦୁ ସମ୍ପ୍ରଦାୟକୁ ଯେମିତି କିଛି କ୍ଷତି ନପହଞ୍ଚୁ । ବୁଧବାର ଦିନ ବାଂଲାଦେଶର ଚଣ୍ଡିପୁରର ହାଜିଗଞ୍ଜ ଉପଜିଲ୍ଲାରେ ଦୁର୍ଗା ପୂଜା ଉତ୍ସବରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ଫେସବୁକ୍ ପୋଷ୍ଟରେ କୁରାନକୁ ଅପମାନିତ ହେତୁ ହିଂସା ଆରମ୍ଭ ହୋଇଥିଲା । ଅନେକ ଦୁର୍ଗାଙ୍କ ପୂଜା ପେଣ୍ଡାଲରେ ଆକ୍ରମଣ କରିବୂା ସହ ପୂଜାପାଠ ଭଙ୍ଗ କରିଥିଲେ । ଗୁରୁବାର ଦିନ ଢାକାସ୍ଥିତ ଢାକେଶ୍ୱରୀ ଜାତୀୟ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।

ଏହି ଅବସରରେ ସେ କହିଥିଲେ ଯେ କୋମିଲା ଜିଲ୍ଲାରେ ଘଟିଥିବା ଘଟଣାର ଅନୁସନ୍ଧାନ କରାଯାଉଛି । ସେ କହିଛନ୍ତି ଯେ କୋମିଲା ଜିଲ୍ଲାରେ ଘଟଣାର ତଦନ୍ତ କରାଯାଉଛି । ଯିଏ ହିନ୍ଦୁ ମନ୍ଦିର ଏବଂ ଦୁର୍ଗା ପୂଜା ପେଣ୍ଡାଲ ଉପରେ ଆକ୍ରମଣ କରିଛି ​ତାଙ୍କୁ ଛଡାଯିବ ନାହିଁ ।

   Related Posts