ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ୪ ଦିନିଆ ଗସ୍ତର ଆସି ତୃତୀୟ ଦିନରେ ଶେଖ୍ ହାସିନା ମୋଦିଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନ ହୋଇପାରେ ।

ଏହି ସାକ୍ଷାତକାର କାର୍ଯ୍ୟକ୍ରମ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ସଂପର୍କିତ ଆଲୋଚନା ହେବ । ଶେଖ୍ ହାସିନା ଭାରତରେ ପହଂଚିବା ପରେ ୱାର୍ଲ୍ଡ ଇକୋନୋମିକ୍ ଫରୋମର କଣ୍ଟ୍ରି ଷ୍ଟ୍ରାଟିଜ୍ ଡାଇଲଗ୍-ବାଂଲାଦେଶରେ ଅଂଶଗ୍ରହଣ କରିଛନ୍ତି ।

ମୋଦି ଓ ହାସିନାଙ୍କ ସାକ୍ଷାତ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ବୁଝାମଣପତ୍ର ସ୍ବାକ୍ଷର ହୋଇପାରେ । ଉଭୟ ପ୍ରଧାନମନ୍ତ୍ରୀ ଭିଡିଓ ଲିଙ୍କ୍ ମାଧ୍ୟମରେ ଏକାଧିକ ପ୍ରକଳ୍ପ ଶୁଭାରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.