ଭାରତ ଓ ମିଆଁମାରର ଅର୍ଡର ଏବେ ଯାଉଛି ପୋଡଶୀ ଦେଶକୁ, ବିପଦରୁ ବାଳିଆ ମାରୁଛି ବାଂଲାଦେଶ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦।୫: ମିଆଁମାରରେ ରାଜନୈତିକ ସଂକଟ ଏପଟେ ଭାରତରେ କୋରନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଏବେ ଆର୍ଥିକ ଜଗତର ସବୁ ଲାଭ ବାଂଲାଦେଶକୁ ଦେଇଛି।  ଅନ୍ତର୍ଜାତୀୟ ରିଟେଲର ଓ ବ୍ରାଣ୍ଡମାନେ ସେମାନଙ୍କ ସମସ୍ତ ଅର୍ଡର ସିଧା ବାଂଲାଦେଶକୁ ସିଫ୍ଟ କରିଛନ୍ତି। ଏହି ସବୁ ଅର୍ଡର ପୂର୍ବରୁ ମିଆଁମାର ଓ ଭାରତକୁ ମିଳୁଥିଲା। ବାଂଲାଦେଶର ଦୈନିକ ସମ୍ବାଦପତ୍ର ଡେଲି ଷ୍ଟାର ଏହାକୁ ଦେଶର ରାଜନୈତିକ ସ୍ଥିରତା ଓ କରୋନା ଭାଇରସ ମହାମାରୀରୁ ଦେଶ ମୁକ୍ତ ରହିବା ଆର୍ଥିକ ମାର୍ଗରେ ପ୍ରଗତି ହାସଲ କରୁଥିବା କହିଛି। ଏବେ ବାଂଲାଦେଶ ରପ୍ତାନୀରୁ ସବୁଠୁ ଅଧିକ ରାଜସ୍ୱ ଆୟ କରୁଥିବା ରିପୋର୍ଟରେ କୁହାଯାଇଛି।

ଗତବର୍ଷ ଜୁଲାଇରୁ ଚଳିତବର୍ଷ ଏପ୍ରିଲ ମଧ୍ୟରେ ବାଂଲାଦେଶର ରପ୍ତାନୀ ଅଭିବୃଦ୍ଧି ଢେର ବଢିଛି। ଫଳରେ ରପ୍ତାନୀ ଆୟ ୧୨.୫୯ ପ୍ରତିଶତକୁ ପହଞ୍ଚିଛି। ପାଶ୍ଚାତ୍ୟ ଦେଶମାନେ ଲକଡାଉନ ଢିଲା କରିବା ପରେ କାରବାର ଆରମ୍ଭ ହୋଇଛି। ଏହାର ସ୍ପଷ୍ଟ ପ୍ରଭାବ ଏବେ ବାଂଲାଦେଶର ରପ୍ତାନୀକୁ ପ୍ରୋତ୍ସାହିତ କରୁଛି। ୨୦୨୦ ଏପ୍ରିଲ ତୁଳନାରେ ବାଂଲାଦେଶର ରପ୍ତାନୀ ଏପ୍ରିଲ ୨୦୨୧ରେ ଛଅ ଗୁଣା ବଢିଛି। ଏବେ ବାଂଲାଦେଶର  ରପ୍ତାନୀ ୩.୧୩ ବିଲିୟନ ଡଲାରକୁ ଛୁଇଁଛି। ଗତବର୍ଷ ଜୁଲାଇ ମାସରୁ ଚଳିତବର୍ଷ ଏପ୍ରିଲ ମାସ ମଧ୍ୟରେ ବାଂଲାଦେଶକୁ କେବଳ ବସ୍ତ୍ର ରପ୍ତାନୀ ୬.୨୪ ପ୍ରତିଶତ ବଢିଛି।

{"id":454993,"sizeSlug":"large","linkDestination":"none"}

ତେବେ କରୋନା ଭାଇରସ ମହାମାରୀରେ ବାଂଲାଦେଶର ରପ୍ତାନୀ ଅଭିବୃଦ୍ଧି ବାସ୍ତବରେ ଧ୍ୟାନଆକର୍ଷଣକାରୀ। ଖାସକରି ଦେଶର ବସ୍ତ୍ର ଉଦ୍ୟୋଗରେ ଯେଉଁ ବିପ୍ଳବ ଆସିଛି ତାହା ଉଲ୍ଲେଖ ଯୋଗ୍ୟ। ଡେଲିଷ୍ଟାର ରିପୋର୍ଟ ଅନୁସାରେ ୟୁରୋପର ମିଆଁମାର ଅର୍ଡର ସବୁ ଏବେ ବାଂଲାଦେଶ ହାତକୁ  ଯାଉଛି। କେବଳ ବାଂଲାଦେଶ ନୁହେଁ କମ୍ବୋଡିଆ ଓ ସେହିଭଳି କ୍ଷୁଦ୍ର ଦେଶମାନେ ମଧ୍ୟ ରପ୍ତାନୀରୁ ବେଶ ଆୟ କରୁଥିବା ଜଣାପଡିଛି।

ରାଜନୈତିକ ସଂକଟ ଉପୁଜିବା ପୂର୍ବରୁ ମିଆଁମାର ଫ୍ୟାସନ ଓ ଫୁଟୱେର ସପ୍ଲାଇର ସବୁଠୁ ବଡ ହବରେ ପରିଣତ ହୋଇଥିଲା। ଡିସେମ୍ବର ୨୦୧୯ରୁ ନଭେମ୍ବର ୨୦୨୦ ସୁଧା ମିଆଁମାର କେବଳ ଆମେରିକାକୁ ୨୪ କୋଟି ଡଲାରର ରପ୍ତାନୀ କରିଥିଲା। ତେବେ ଦେଶରେ ସେନା ଶାସନ ପରଠାରୁ ବିଦେଶୀ କମ୍ପାନୀ କାରବାର କରିବାକୁ ଆଉ ଆଗ୍ରହୀ ହେଉ ନାହାନ୍ତି। ଏଥିରେ ଗତ ୨ ମାସ ହେଲା ବାଂଲାଦେଶର ଚମଡା ଓ ଫୁଟୱେର  କମ୍ପାନୀଙ୍କୁ ବିଦେଶରୁ ବେଶ୍ ଅର୍ଡର ମିଳୁଥିବା ରପ୍ତାନୀ ସଂଘର ସଭାପତି ମହମ୍ମଦ ସୈଦୁଲ ଇସ୍ଲାମ ଡେଲି ଷ୍ଟାରକୁ କହିଛନ୍ତି।

{"id":454994,"width":837,"height":483,"sizeSlug":"large","linkDestination":"none"}

ତେବେ ଭାରତରେ କରୋନା ଭାଇରସ ମହାମାରୀ ପରିସ୍ଥିତି ସୁଧୁରିବା ପରେ ବାଂଲାଦେଶର ବାଣିଜ୍ୟିକ ରପ୍ତାନୀ ଠିକ୍ ଠାକ ରହିବ କି ନା ସେ ନେଇ କିନ୍ତୁ କେହି ଆଶ୍ୱସ୍ତ ନୁହନ୍ତି। ତେବେ ଭାରତରେ ପରିସ୍ଥିତି ସୁଧୁରିଲେ ମଧ୍ୟ ବାଂଲାଦେଶରୁ ରପ୍ତାନୀ ଅଚାନକ ଥମିଯିବନି ବୋଲି ବିଶ୍ୱବ୍ୟାଙ୍କ ଢାକା କାର୍ଯ୍ୟାଳୟରେ ଅବସ୍ଥାପିତ ଅର୍ଥଶାସ୍ତ୍ରୀ କହିଛନ୍ତି। ଏଥିଲାଗି କିଛି ସମୟ ଲାଗିବ ତେବେ ସେତେବେଳକୁ ବାଂଲାଦେଶର ଅର୍ଥନୀତି ମଜଭୁତ ହୋଇସାରିଥିବ ବୋଲିସେ ଆଶାବ୍ୟକ୍ତ କରିଛନ୍ତି।

{"id":454997,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.