Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘ଇସଲାମ ଆମର ଜାତୀୟ ଧର୍ମ ନୁହେଁ’ : ହିନ୍ଦୁଙ୍କ ଉପରେ ଆକ୍ରମଣ ପରେ ମୁହଁ ଖୋଲିଲେ ବାଂଲାଦେଶ ମନ୍ତ୍ରୀ

18/10/2021 at 12:50 PM

ଢାକା ୧୮/୧୦: ବାଂଲାଦେଶ ହେଉଛି ଏକ ଧର୍ମ ନିରପେକ୍ଷ ଦେଶ । ୧୯୭୨ରେ ପ୍ରସ୍ତୁତ ହୋଇଥିବା ସମ୍ବିଧାନକୁ ଫେରିଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାଂଲାଦେଶର ସୂଚନା ମନ୍ତ୍ରୀ ମୁରାଦ ହାସନ ।

ଗତ କିଛିଦିନ ଧରି ପଡୋଶୀ ଦେଶ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହିଂସା ବୃଦ୍ଧି ପାଇଛି । ମନ୍ଦିରରେ ଭଙ୍ଗାରୁଜା ସହ ସଂଖ୍ୟାଲଘୁ ଯୁବକଙ୍କୁ ହତ୍ୟା କରାଯାଉଛି । ଯାହାକୁ ନେଇ ସମାଲୋଚନାର ଶିକାର ହୋଇଛି ବାଂଲାଦେଶ । ଏହାମଧ୍ୟରେ ଦେଶର ସୂଚନା ମନ୍ତ୍ରୀ କହିଛନ୍ତି ଯେ, ବାଂଲାଦେଶ ଏକ ଧର୍ମ ନିରପେକ୍ଷ ଦେଶ । ୧୯୭୨ରେ ବଙ୍ଗବନ୍ଧୁ ସେଖ ମୁଜିବୁର ରେହମନଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ଫେରିଯିବାର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ, ସେମାନଙ୍କ ଶରୀରରେ ଯୋଦ୍ଧାର ରକ୍ତ ବୋହୁଛି ।  ଯାହାହେଲି ମଧ୍ୟ ୧୯୭୨ରେ ଗଠିତ ସମ୍ବିଧାନକୁ ଫେରିବାକୁ ହେବ । ଦେଶର ମୂଳ ସମ୍ବିଧାନ ହେଉଛି ଧର୍ମ ନିରପେକ୍ଷତା । କିନ୍ତୁ ପରେ ଏହାକୁ ଇସଲାମ କରି ଦିଆଯାଇଥିଲା । ଏହାର ପରିବର୍ତ୍ତନ ହେବା ଜରୁରୀ । କେହି ନକହିଲେ ବି ସେ ନିଜେ ଏ ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ।

ମୁରାଦ ଆହୁରି କହିଛନ୍ତି ଯେ, ଇସଲାମ ତାଙ୍କ ଦେଶର ଧର୍ମ ବୋଲି ସେ ଭାବୁ ନାହାଁନ୍ତି । ପ୍ରଧାନମନ୍ତ୍ରୀ ସେଖ ହସିନା ପୂର୍ବ ସମ୍ବିଧାନକୁ ଫେରିବା ପାଇଁ ପ୍ରୟାସ କରିବେ ବୋଲି । ଏହାସହ ଦେଶକୁ କେବେ ହେଲେ ମୌଳବାଦୀଙ୍କ ସ୍ୱର୍ଗ କରି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

   Related Posts