Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ବାଂଲାଦେଶରେ ମଧ୍ୟ ଉତ୍କଟ ପିଆଜ ସଙ୍କଟ: ପିଆଜ ଖାଇବା ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

18/11/2019 at 5:01 PM

ନୂଆଦିଲ୍ଲୀ୧୮/୧୧: ଭାରତର ବିଭିନ୍ନ ରାଜ୍ୟରେ ପିଆଜ ସଙ୍କଟ ଦେଖା ଦେଇଛି। ବଜାର ଦର ହିସାବରେ ପିଆଜ କିଲୋପିଛା ୬୦ରୁ  ୭୦ ଟଙ୍କାରେ ପହଞ୍ଚିଲାଣି। ଏପରି କି ପଡ଼ୋଶୀ ଦେଶ ବାଂଲାଦେଶରେ ମଧ୍ୟ ପିଆଜ ଘୋର  ସଙ୍କଟ ଦେଖା ଦେଇଛି। ପିଆଜ ସଙ୍କଟ ଯୋଗୁଁ ସାଧାରଣ ଓ ମଧ୍ୟବିତ୍ତ ବର୍ଗ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପିଆଜ ସଙ୍କଟ ଯୋଗୁଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ପିଆଜ ଖାଇବା ଛାଡ଼ି ଦେଇଛନ୍ତି। ପିଆଜ ରପ୍ତାନୀ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇବା ପରେ ବାଂଲାଦେଶରେ ପିଆଜ ସଙ୍କଟ ଦେଖାଯାଇଛି।  ବର୍ଷା କାରଣରୁ ବହୁ ମାତ୍ରାରେ ପିଆଜ ପଚି ନଷ୍ଟ ହୋଇଯାଇଛି। ତେଣୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ​‌ସଚିବ୍ ହସନ ଜାହିଦ୍‌ କହିଛନ୍ତି ଯେ ଶେଖ୍‌ ହସିନା ପିଆଜ ଖାଇବା ଛାଡ଼ି ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ପିଆଜ ବ୍ୟବହାର କରାଯାଇ ନାହିଁ।

ବାଂଲାଦେଶରେ ପୂର୍ବରୁ ପିଆଜ କିଲୋପିଛା ୩୦ ଟାକା ( ଭାରତୀୟ ମୁଦ୍ରାରେ ୨୬ ଟଙ୍କା) କିନ୍ତୁ ଏବେ କିଲୋପିଛା ୨୬୦ ଟାକା ( ଭାରତୀୟ ମୁଦ୍ରାରେ ୨୨୦ ଟଙ୍କା) ଦରରେ ବଜାରରେ ବିକ୍ରି ​‌ହେଉଛି। ବାଂଲାଦେଶର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ରବିବାର ମିଆଁମାର, ତୁର୍କୀ, ଚୀନରୁ ଜାହାଜ ସାହଯ୍ୟରେ ଚିତଗଙ୍ଗରେ ପିଆଜ ପହଞ୍ଚିଛି। ତେଣୁ ବାଂଲାଦେଶରେ ପିଆଜ ସଙ୍କଟ ଅଳ୍ପମାତ୍ରରେ ଦୂର ହେବା ବୋଲି ସ୍ଥାନୀୟ ମିଡିଆ ସୂଚନା ଦେଇଛି।

   Related Posts