ଜେଲ୍ ଯିବେ ବାଂଲାଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି ! ମନି ଲଣ୍ଡରିଂ ମାମଲାରେ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

Published By : Prameya-News7 Bureau | November 11, 2021 IST

ଢାକା,୧୧/୧୧: ବାଂଲାଦେଶର ଏକ କୋର୍ଟ ଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । କୋର୍ଟ ପୂର୍ବତନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ଠକେଇ ଓ ଲାଭ ମନୋବୃତ୍ତି ମାମଲାରେ ଏହି ଦଣ୍ଡ ଦେଇଛନ୍ତି ।  ସିହ୍ନା ଦେଶର ପ୍ରଥମ ସଂଖ୍ୟାଲଘୁ ପ୍ରଧାନ ବିଚାରପତି ଥିଲେ । ତେବେ ତାଙ୍କୁ ଢାକାର ସ୍ୱତନ୍ତ୍ର ବିଚାରପତି ଶେଖ ନଜମୁଲ ଆଲମ ମନି ଲଣ୍ଡରିଂ ମାମଲାରେ ୭ ବର୍ଷ ଓ ବିଶ୍ୱାସ ଭଙ୍ଗ ଅଭିଯୋଗରେ ୪ ବର୍ଷ ବନ୍ଦୀ ଜୀବନ ବଞ୍ଚିବାକୁ ହେବ । ୭୦ ବର୍ଷୀୟ ସିହ୍ନା ଏବେ ଆମେରିକାରେ ଅଛନ୍ତି ।

କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ପ୍ରଧାନ ବିଚାରପତି ମୁନାଫଖୋର ମନୋବୃତ୍ତିରେ ଅନେକ ଅନୈତିକ କାର୍ଯ୍ୟ କରିଛନ୍ତି । ସେ ପଦ୍ମା ବ୍ୟାଙ୍କରୁ ୪୭୦୦୦୦ ଆମେରିକୀୟ ଡଲାର ନେଇ ଜାଲିଆତି କରିଥିଲେ । ତେଣୁ ତାଙ୍କ ଦଣ୍ଡ ଭୋଗିବାକୁ ହେବ ।

ସିହ୍ନା ୪ ବର୍ଷ ପୂର୍ବେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସରକାର ତାଙ୍କ ବିରୋଧରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଥିଲେ । ସେ ୨୦୧୫ ଜାନୁଆରୀରୁ ୨୦୧୭ ଯାଏଁ ଦେଶର ୨୧ ତମ ପ୍ରଧାନ ବିଚାରପତି ଥିଲେ । ତେବେ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ସେ ସଫେଇ ଦେଇଥିଲେ । ଦେଶରେ ଚାରିଥିହା ନିରଙ୍କୁଶ ଓ ଏକଛତ୍ରବାଦ ଶାସନ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ତେଣୁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.