ପାକ୍ ନାଗରିକଙ୍କ ଉପରେ ବାଂଲାଦେଶର କଟକଣା, ସପ୍ତାହେ ପର୍ଯ୍ୟନ୍ତ ମିଳିବନି ଭିସା

Published By : Prameya-News7 Bureau | May 21, 2019 IST

ଢାକା ୨୧।୫:  ପାକ୍ ନାଗିରକଙ୍କ ପାଇଁ ଶକ୍ତ ନୀତି ଅବଲମ୍ବନ କରିଛି ବାଂଲାଦେଶ। ଉଭୟ ଦେଶ ମଧ୍ୟରେ ଜାରି କୁଟନୈତିକ ବିବାଦକୁ ନେଇ ବାଂଲାଦେଶ ବିଦେଶ ମନ୍ତ୍ରାଳୟ ପାକିସ୍ତାନୀ ନାଗିରକଙ୍କ ଭିସା ଅଟକାଇ ଦେଇଛନ୍ତି। ଏହା ଅଘୋଷିତ ରୋକ ହୋଇଥିବା ବେଳେ ଏକ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନୀମାନଙ୍କୁ ଭିସା ମିଳିପାରିବନି ବୋଲି ବାଂଲାଦେଶ ଅଧିକାରୀ ସୂଚନା ଦେଇଛନ୍ତି । ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମ ବିବାଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି।

{"id":114513}

୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମ ବେଳେ ଯେଉଁମାନେ ଦେଶ ବିରୋଧୀ କାମ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ  ସରକାର ନିଷ୍ପତି ନେଇଛନ୍ତି । ୨୦୧୩ ମସିହାରେ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଦେଶରେ ସ୍ବତନ୍ତ୍ର ଯୁଦ୍ଧ ଅପରାଧ ନ୍ୟାୟାଳୟ ସ୍ଥାପିତ ହୋଇଥିବା ବେଳେ ମୁକ୍ତି ସଂଗ୍ରାମ ବେଳର ମାମଲାଗୁଡିକର ବିଚାର ହେଉଛି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ ହେଉଛି ସେମାନଙ୍କୁ କୋର୍ଟ ସର୍ବାଧିକ ପ୍ରାଣଦଣ୍ଡାଦେଶ କରୁଥିବା ବେଳେ ସରକାର କୋର୍ଟଙ୍କ ମାମଲାରେ ହସ୍ତକ୍ଷେପ କରୁନାହାନ୍ତି । ଯାହାକୁ ନେଇ ପାକ୍ ଓ ବାଂଲାଦେଶ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି ।

{"id":114514}

ତେବେ ପାକ୍ ପ୍ରତିକ୍ରିୟାକୁ ବାଂଲାଦେଶ ବେଖାତିର କରୁଛି । ଏହାକୁ ପାକ୍ ମନବୃତ୍ତିର ବିରୋଧ କୁହାଯାଇପାରେ ବୋଲି ଜନୈକ ବାଂଲାଦେଶୀ ଅଧିକାରୀ କହିଛନ୍ତି। ସେପଟେ ଇସ୍ଲାମାବାଦରେ ବାଂଲାଦେଶ ଉଚ୍ଚାୟୋଗଙ୍କ ଭିସା କାଉଣ୍ଟର ଗତ ୧୩ ତାରିଖରୁ ବନ୍ଦ ରହିଛି । ତେବେ ପାକ୍ ନାଗରିକଙ୍କୁ ଭିସା  ବନ୍ଦ ନେଇ ଉଭୟ ଦେଶଙ୍କ ପକ୍ଷରୁ କୌଣସି ସ୍ପଷ୍ଚ ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.