ବାଙ୍ଗଲାଦେଶ ଡାକ୍ତରଙ୍କ ଦାବି, ଦୁଇଟି ଔଷଧର ମିଶ୍ରଣରେ ସୁସ୍ଥ ହେଉଛନ୍ତି କରୋନା ପୀଡିତ

Published By : Prameya-News7 Bureau | May 18, 2020 IST

ଢାକା ୧୮/୦୫ : ବାଙ୍ଗଲାଦେଶର ଏକ ମେଡିକାଲ ଟିମ ଦାବି କରିଛନ୍ତି ଯେ ସେମାନେ କରୋନା ଔଷଧ ଉପରେ ଏକ ଗବେଷଣା କରିଛନ୍ତି ଏବଂ ତାହା ସଫଳ ମଧ୍ୟ ହୋଇଛି | ଦୁଇଟି ଔଷଧର ମିଶ୍ରଣ କରୋନା ଭାଇରସ ପୀଡିତଙ୍କ ଚିକିତ୍ସାରେ ସଫଳ ହୋଠିଥିବା ସେ ଦାବି କରିଛନ୍ତି | ଏହି ବିଶ୍ୱ ମହାମାରୀ ଯୋଗୁଁ ବିଶ୍ୱର ପାଖାପାଖି ୩ ଲକ୍ଷ ୧୨ ହଜାର ଲୋକ ପ୍ରାଣ ହରାଇଛନ୍ତି | ବାଙ୍ଗଲାଦେଶର ଏହି ମେଡିକାଲ ଟିମ ଦାବି କରିଛନ୍ତି ଯେ, ଦୁଇ ଔଷଧର ମିଶ୍ରଣରେ ୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ପ୍ରାଇଭେଟ ବାଙ୍ଗଲାଦେଶ ମେଡିକାଲ କଲେଜ ଓ ହସ୍ପିଟାଲର ମେଡ଼ିସିନ ବିଭାଗର ମୁଖ୍ୟ ପ୍ରଫେସର ଡ.ଏମଡି ତରିକ ଆଲମ ଏନେଇ ଦାବି କରିଛନ୍ତି | ଗବେଷଣା ଅନୁଯାୟୀ, ଆଣ୍ଟିପ୍ରୋଟୋଜାଲ ଔଷଧର ସିଙ୍ଗଲ ଡୋଜ ଡକ୍ସିସାଇକ୍ଲିନ ସହ ମିଶାଇ ଦେବା ପରେ କରୋନା ପୀଡିତ ସୁସ୍ଥ ହୋଇଥିଲେ | ଡକ୍ସିସାଇକ୍ଲିନ ଏକ ଆଣ୍ଟିବାୟୋଟିକ ଔଷଧ ଯାହା କରୋନା ଚିକିତ୍ସା ପାଇଁ ଲାଭଦାୟୀ ପ୍ରମାଣିତ ହୋଇଛି ବୋଲି ଡାକ୍ତର କହିଛନ୍ତି |

{"id":271821,"sizeSlug":"large"}

ବାଙ୍ଗଲାଦେଶରେ ଏବେ ସୁଦ୍ଧା ୨୦ ହଜାର ୯୯୫ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩୧୪ ଜଣଙ୍କ ମୃତ୍ୟୁ ହୋଇଛି | ଜନ୍ସ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ, ଚୀନରେ କରୋନା ସଂକ୍ରମଣ ମାମଲା ବର୍ତ୍ତମାନ ହ୍ରାସ ପାଇଯାଇଛି | ଚୀନ ଦାବି କରିଛି ଯେ ଚୀନରେ ୩ ଲକ୍ଷ ୧୨ ହଜାର ୧୧୫ ଜଣ ସଂକ୍ରମିତ ହୋଇଥିଲେ | କିନ୍ତୁ ପ୍ରକୃତରେ ଚୀନରେ ୪୬ ଲକ୍ଷ ୫୦ ହଜାର ୭୯୩ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ୟୁନିଭର୍ସିଟି ଦାବି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.