Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଂଲାଦେଶର କ୍ରିକେଟ୍ କୋଚ୍ କରୋନା ସଂକ୍ରମିତ, କହିଲେ ଛାତିରେ ଯନ୍ତ୍ରଣା ହେଉଥିଲା, ତା ପରେ…

13/05/2020 at 10:09 PM

ଢାକା ୧୩।୦୫: ବାଂଲାଦେଶର କ୍ରିକେଟ୍‌ ଦଳର ଏକ କୋଚ୍ ତଥା ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଅଶିକୁର ରେହମାନ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ସଂପ୍ରତି ତାଙ୍କର ଚିକିତ୍ସା  ଜାରି ରହିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି)ର ଗଣମାଧ୍ୟମ ସମିତିର ପ୍ରମୁଖ ମହମ୍ମଦ ଜଲାଲ ୟୁନୁସ କହିଛନ୍ତି, ବର୍ତ୍ତମାନ ମୁଗ୍ଧା ହସ୍ପିଟାଲରେ ରେହମାନଙ୍କ ଚିକିତ୍ସା ଜାରି ରହିଛି।

ସେ କହିଛନ୍ତି, ରେହମାନ ଛାତି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କର ଶୀଘ୍ର ସୁସ୍ଥ ହେବାର ଆମେ କାମନା କରୁଛୁ। ରେହମାନ ଏହା ପୂର୍ବରୁ ନିଜେ କରୋନା ସଂକ୍ରମିତ ହୋଇଥିବା କହିଥିଲେ। ରେହମାନ କ୍ରିକ୍‌ବଜ ଓ୍ଵେବ୍‌ସାଇଟ୍‌ରେ କହିଛନ୍ତି, ସୋମବାର ମିଳିଥିବା ରିପୋର୍ଟରେ କରୋନା ପଜିଟିଭ୍ ଆସିଛି।

ପ୍ରଥମେ ମୁଁ କଣ କରିବି ବୁଝି ପାରି ନଥିଲି। ମୋତେ ଲାଗିଥିଲା ମୋର ଟନ୍ସିଲ୍‌ ଫୁଲି ଯାଇଛି। ଏହା ପରେ ଜ୍ଵର ଆସିଲା ଏବଂ ପୁଣି ଛାତିରେ ଯନ୍ତ୍ରଣା ହୋଇଥିଲା। ମୁଁ ଚିକିତ୍ସକଙ୍କ ପାଖକୁ ଯାଇ ପରୀକ୍ଷଣ କରାଇଥିଲି। ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରେହମାନ ୨୦୦୨ରେ ବାଂଲାଦେଶର ୧୯ ବର୍ଷରୁ କମ ବିଶ୍ଵ କପ୍‌ ଦଳର ସଦସ୍ୟ ଥିଲେ, ମାତ୍ର ସେ ସିନିୟର ଦଳରେ ସାମିଲ ହୋଇ ପାରିନଥିଲେ। ସେ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଓ ୧୯ ଲିଷ୍ଟ ଏ ମ୍ୟାଚ୍‌ ଖେଳିଛନ୍ତି।

ସେ ଏବେ ବାଂଲାଦେଶର ଡେଭଲପମେଣ୍ଟ କୋଚ୍। ସେ ବାଂଲାଦେଶ ମହିଳା ଦଳର ସହାୟକ କୋଚ୍‌ ମଧ୍ୟ ରହି ସାରିଛନ୍ତି। ବାଂଲାଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

   Related Posts