Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାଂଲା ରୂପଜୀବୀଙ୍କ ହନିଟ୍ରାପ୍ : ଧନୀ ଦେଖି ଫସାଉଥିଲେ, କରୁଥିଲେ ବ୍ଲାକମେଲ୍.. ଆଗକୁ ଟାର୍ଗେଟ୍ ଥିଲା ଅଲଗା

25/01/2020 at 2:36 PM

ଭୁବନେଶ୍ବର ୨୫/୦୧-  ବାଂଲାଦେଶୀ ରୂପଜୀବୀଙ୍କ ଗୁମର ଯେତିକି ଖୋଲୁଛି, ସେତିକି ଆଶ୍ଚର୍ଯ୍ୟ ଏବଂ ସଙ୍ଗୀନ ତଥ୍ୟ ପଦାକୁ ଆସିଛି ।ଭୁବନେଶ୍ବରକୁ ସେକ୍ସବଜାରର ଅମାରବତୀ ଟାର୍ଗେଟ୍‌ରେ ଥିଲେ ବୋଧହୁଏ ବାଂଲା ରୂପଜୀବୀ ଏବଂ ସେମାନଙ୍କ ସହଯୋଗୀ ଦଲାଲ୍ । ବେଶ୍ ସ୍ମାର୍ଟ, ଷ୍ଟାଇଲିସ ଆଉ ଟେକ୍ନେ ସାଭି ବି ସେହି ବାଂଲା ସୁନ୍ଦରୀ । ଦେହବଜାରର ଏହି ସବୁ କିଙ୍ଗପିନ୍‌ମାନେ ବିଚାଇଥିଲେ ଜାଲ । ଆଉ ସେହି ଜାଲରେ ଫସୁଥିବା ଯୁବକ ତଥା ଦେହଲୋଭୀଙ୍କୁ କେବଳ ଲୁଟୁନଥିଲେ, ବ୍ଲାକମେଲିଂ କରି ସର୍ବସ୍ୱାନ୍ତ ବି କରୁଥିଲେ । ଏବେ ଫିଟୁଛି ବାଂଲା ସୁନ୍ଦରୀ ଆଉ ଦେହ ଦଲାଲ୍‌ଙ୍କ  ଗୁମର ପୃଷ୍ଠା ।

 ବାଂଲା  ରୁପଜୀବୀ ରାକେଟର ଫଣ୍ଡାର ମୁଖ୍ୟ ଲକ୍ଷ୍ୟଟି ଥିଲା ହନିଟ୍ରାପ୍‌ । ମଧ୍ୟପ୍ରଦେଶର ଚର୍ଚ୍ଚିତ ହନିଟ୍ରାପ ଘଟଣା ଭଳି କାରବାର , ତେବେ ଟାର୍ଗେଟ୍ ଟିକେ ଅଲଗା । ଏଠାରେ ରୂପଜୀବୀଙ୍କ ଶିକାର ଧନୀ ଯୁବକ, ସ୍ୱଚ୍ଛଳ କ୍ଲାଏଣ୍ଟ । ଦଲାଲଙ୍କ ସହାୟତାରେ ମାୟାଜାଲ ବିଛାଇ ଏପରି କ୍ଲାଏଣ୍ଟଙ୍କୁ ଶିକାର କରୁଥିଲେ ବାଂଲାଦେଶୀ ରୂପଜୀବୀ । ହୋଟେଲ କୁ ଡକାଇ ନେଉଥିଲେ । ସେଠାରେ କେବଳ ମନି ଫର ସେକ୍ସ ନୁହେଁ ବରଂ ବ୍ଲାକମେଲିଂ ହିଁ ଥିଲା କାରାବାର । କ୍ଲାଏଣ୍ଟଙ୍କୁ ହୋଟେଲର ବନ୍ଦ କୋଠରୀରେ ଫସାଇବାପରେ ଲୁଟୁଥିଲେ ରୂପଜୀବୀ । ଆଉ ଯେଉଁ କ୍ଲାଏଣ୍ଟ ସହଜର ଟଙ୍କା କାଢୁ ନଥିଲା , ତାକୁ ଦୁଷ୍କର୍ମ ଅଭିଯୋଗରେ ଫସାଇବାକୁ କରୁଥିଲେ ଉଦ୍ୟମ । କିଛି ଅସଂଜତ ଅବସ୍ଥାର ରେକର୍ଡିଂ କରାଇନେଇ ଦଲାଲ୍ ଦ୍ୱାରା କରୁଥିଲେ ଶୋଷଣ । କମିଶନରେଟ ପୋଲିସ ପଞ୍ଛାରେ ପଡିଯାଇଥିବା ୫ ଦଲାଲ୍ ଏପରି କିଛି ତଥ୍ୟ ଓଗାଳିଛନ୍ତି ।

 ବାଂଲା ରୂପଜୀବୀହ୍କ ଲାଗି ଦଲାଲି କରୁଥିବା ୩ ଜଣହ୍କୁ ଅଟକ ରଖିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନେ ହେଲେ ନୟାଗଡ଼ ଅଞ୍ଚଳର ପ୍ରଶାନ୍ତ ପରିଡ଼ା , କଟକ ପୁରୁଷୋତ୍ତମପୁର ଅଞ୍ଚଳର ବାସିନ୍ଦା ଉତ୍ତମ ଜେନା,ବାଲେଶ୍ବରର ବିନୋଦ ଦାସ । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରହୁଥିବା ଏହି ୩ ଜଣ ଦଲାଲଙ୍କ ସୂଚନା ଆଧାରରେ ଆଉ ୫ ଜଣ ଦଲାଲ୍ଙ୍କୁ ଦରିଛି କମିଶନରେଟ ପୋଲିସ । ଏମାନେ ରୂପଜୀବୀଙ୍କୁ ଅସ୍ତ୍ର କରି କ୍ଲାଏଣ୍ଟଙ୍କୁ ଲୁଟୁଥିଲେ । ଦନୀ ଏବଂ ଅୟସୀ ଯୁବକ ତତା ବୟସ୍କ ଙ୍କୁ ଏମାନେ ସୁନ୍ଦରୀ ଯୁବତୀଙ୍କ ଫଟୋ ପଠାଇ ମୂଲଚାଲ କରୁଥିଲେ । ତାପରେ ସ୍ତାନ ଠିକ୍‌ ହେଉଥିଲା । ହୋଟେଲ କିମ୍ବା ଗେଷ୍ଟ ହାଉସ ଅଥବା କ୍ଲାଏଣ୍ଟଙ୍କ ପସନ୍ଦର ସ୍ଥାନକୁ ଦେହଜୀବୀଙ୍କୁ ପଠାଉଥିଲେ । ତାପରେ ହନିଟ୍ରାପ୍‌ । ଅର୍ଥାତ୍ ଆରମ୍ବ ହେଉଥିଲା ଶୋଷଣ । ରୂପଜୀବୀ ଏବଂ ଦଲାଲ୍‌ଙ୍କ ପାଖରେ ରହିଯାଉଥିଲା କ୍ଲାଏଣ୍ଟଙ୍କ ଅସଂଜତ ଅବସ୍ଥାର ଫଟୋ- ଭିଡିଓ ,ଆଉ ଲୋକ ଲଜ୍ଜା ଭୟରେ ଧନୀ ଯୁବକ ଦେବାକୁ ବାଧ୍ୟ ହେଉଥିଲେ ମୋଟା ଅଙ୍କର ଟଙ୍କା ।

ଦଲାଲ୍ ମାଲେମାଲ, ରୂପଜୀବୀ ବି ମାଲେମାଲ୍ । ୨୦୧୮ ରେ ଏପରି ଏକ ଘଟଣାରେ ମଧ୍ୟ ଧରାପଡିଥିଲେ ଏବେ ଅଟକ ଥିବା ୫ ଦଲାଲ୍ । ଖଣ୍ଡଗିରିରେ ସେତେବେଳେ ସେମାନେ ଏପରି ଘଟଇଥିଲେ । ନିକଟରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଆଶୀର୍ବାଦ ଲଜ୍‌ରେ ଏପରି କାଣ୍ଡ ଘଟାଇ ହୋଟେଲ କର୍ମଚାରୀଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ ଦୁଇ ଜଣ ବାଂଲାଦେଶୀ ଯୁବତୀ । ଏହି ଦଲାଲ୍ ଜେରାବେଳେ  ଆହୁରି କିଛି ଚାଞ୍ଚଲ୍ୟକର ତଥ୍ୟ ପୋଲିସକୁ ଦେଇଥିବା ଜଣାଯାଇଛି । କେବଳ ଧନୀ ଓ ଅୟସୀ ଯୁବକଙ୍କୁ ସେମାନେ ଫସାଉ ନଥିଲେ, ସେମାନେ  ଆଗକପ ମଦ୍ୟପ୍ରଦେସ ଷ୍ଟାଇଲରେ କିଛି  ଶରକାରୀ କର୍ମଚାରୀ ଏବଂ ପ୍ରଭାବୀ ବ୍‌ୟକ୍ତି ବିଶେଷଙ୍କୁ ମଧ୍ୟ ଫସାଇବା ଚକକ୍ରରେ ଥିଲେ ବୋଲି ପୋଲିସ ସନ୍ଦେହ କରୁଛି ।ତେବେ ତଦନ୍ତ ଶେଷ ପରେ ସବୁକିଛି ସ୍ପଷ୍ଟ ହେବ ।

 ବାଂଲାଦେଶୀ ରୂପଜୀବୀଙ୍କ ହନିଟ୍ରାପ୍‌  କାରବାରର ଛାନଭିନ୍ କରୁଛି ପୋଲିସ । ଦେହ ଦଲାଲ୍ ଇବ୍ରାହୀମ ଖାନ ଏବଂ ରାଣୀ ମୁହମାଛି ଅଞ୍ଜଳୀ ଦିଦି ଓରଫ ରୁକସାର ବେଗମ୍‌ଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ସେକ୍ସ ରାକେଟ ସହ ମାନବ ଚାଲାଣ ରାକେଟ୍‌ରେ ଏମାନଙ୍କ କାରନାମା ନେଇ ମଧ୍ୟ ତଦନ୍ତ ଚାଲିଛି ।

   Related Posts