IND vs BAN, 1st T20: ଜିତିଲା ବାଂଲାଦେଶ

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ : ଭାରତ ଓ ବାଂଲାଦେଶ ମଧ୍ୟରେ ୩ ଟିକିଆ ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ କୁ ହାତେଇ ନେଇଛି ବାଂଲାଦେଶ । ୭ ୱିକେଟ୍ ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ସ୍ଥାନୀୟ ଅରୁଣ ଜୈଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ରାହୁଲ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬ ୱିକେଟ୍ ବିନିମୟରେ ୧୪୮ ରନ ସ୍କୋର କରିଥିବା ବେଳେ ବାଂଲାଦେଶକୁ ୧୪୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା।

{"id":178808}

ମହମଦୁଲ୍ଲାହଙ୍କ ନେତୃତ୍ୱରେ ବାଂଲାଦେଶ ଦୃଢ ଇନିଂସ ଖେଳି ଭାରତ ଦେଇଥିବା ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ମୁଶିଫୁର ରହିମଙ୍କ ଦମଦାର ୬୦ ରନ୍ ବଳରେ ବାଂଲାଦେଶ ମାତ୍ର ୩ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ବାଂଲାଦେଶ ପକ୍ଷରୁ ଲିଟନ ଦାସ ଓ ମହମ୍ମଦ ନଇମ ଓପ୍ନିଂ କରିଥିବା ବେଳେ ଲିଟନ ମାତ୍ର ୪ଟି ବଲ ଖେଳି ଗୋଟିଏ ଚୌକା ସହମାତ୍ର ୭ ରନ କରିଥିବା ବେଳେ ଚହରଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭଲିୟନକୁ ଫେରିଥିଲେ।

{"id":178809,"width":581,"height":370}

ନଇମଙ୍କ ସହ ସୌମ୍ୟ ସରକାର ଟିମର ମଙ୍ଗ ସମ୍ଭାଳିଥିଲେ। ନଇମ ଗୋଟିଏ ଛକ୍କା ଓ ୨ଟି ଚୌକା ସହ ୨୬ ରନ କରିଥିବା ବେଳେ ଚହଲଙ୍କ ୨୮ତମ ବଲକୁ ଷ୍ଟ୍ରାଇକ କରି ଧାୱନଙ୍କ ହାତରେ ଧରାପଡିଥିଲେ। ସୌମ୍ୟ ସର୍କାର ଓ ମୁସଫିକର ରହିମ ଟିମର ମଙ୍ଗ ସମ୍ଭାଳିଥିବା ବେଳେ ଅହମ୍ମଦଙ୍କ ବଲରେ ସୌମ୍ୟ କ୍ଲିନ ବୋଲ୍ଡ ହୋଇଥିଲେ। ତେବେ କ୍ୟାପ୍ଟେନ ମହମଦୁଲ୍ଲାହ ୬ ରନର ୱିନିଂ ସଟ୍ ମାରି ଟିମର ବିଜୟ ନିଶ୍ଟିତ କରିଥିଲେ। ବାଂଲାଦେଶ ୧୯ ଓଭର ୩ଟି ବଲ ଖେଳି ୩ ୱିକେଟ୍ ବିନିମୟର କରିଛି ୧୫୪ ରନ୍।

{"id":178811}

ସେପଟେ ଭାରତର ଓପ୍ନିଂ ହିଁ ମାନ୍ଦା ହୋଇଥିଲା। ପ୍ରଥମ ଓଭରରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ତଥା ଓପ୍ନର ରୋହିତ ଶର୍ମା ୫ଟି ବଲ ଖେଳି ୯ ରନରେ ଆଉଟ୍ ହୋଇଯାଇଥିଲେ। ତେବେ ଶିଖର ଧାୱନ ଦାୟିତ୍ୱପୂର୍ଣ୍ଣ ଖେଳି ସର୍ବାଧିକ ୪୧ ରନ ସ୍କୋର କରିଥିଲେ। ଏହି ସ୍କୋର ସହ ଋଷଭ ପନ୍ଥଙ୍କ ୨୭, ଶ୍ରେୟସ ଆୟରଙ୍କ ୨୨ କେ.ଏଲ. ରାହୁଲଙ୍କ ୧୫, ପାଣ୍ଡ୍ୟାଙ୍କ ୧୫ ଓ ୱାସିଂଟନ ସୁନ୍ଦରଙ୍କ ଦମଦାର ୧୪ ରନ ବଳରେ ଟିମ ଇଣ୍ଡିଆ ୬ ୱିକେଟ୍ ବିନିମୟରେ୧୪୮ ରନରେ ପହଞ୍ଚି ପାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.