ସମୁଦ୍ରରେ ମିଶି ଯିବ ବ୍ୟାଙ୍କକ ! ଚିନ୍ତାରେ ସାରା ବିଶ୍ୱ
3/09/2018 at 2:39 PM

କେରଳ ୩/୯ : କେରଳରେ ବନ୍ୟା ବିଭୀଷିକା ପରେ ଜଳବାୟୁ ପରିବର୍ତ୍ତନ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। ଦିନକୁ ଦିନ ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଏବେ ଜଳବାୟୁ ପରିବର୍ତ୍ତନର ସବୁଠୁ ବଡ ବିପଦ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଉପରେ ରହିଛି। ବ୍ୟାଙ୍କକ୍ ପାଇଁ ମାଡି ଆସୁଛି ବଡ ବିପଦ। ସମୁଦ୍ରର ଜଳସ୍ତର କ୍ରମାଗତଭାବେ ବଢୁଥିବାରୁ ବ୍ୟାଙ୍କକ୍ ସମୁଦ୍ରଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଛି। ଆଗାମୀ ୧୨ -୧୩ ବର୍ଷରେ ସହରରେ ଦେଖାଦେଇପାରେ ଜଳପ୍ରଳୟ। ଜଳବାୟୁ ପରିବର୍ତ୍ତନରେ ଏବେ ବ୍ୟାଙ୍କକରୁ ନାହିଁ ନଥିବା ବର୍ଷା ଲାଗି ରହୁଥିବାରୁ ଏଭଳି ଆକଳନ କରିଛନ୍ତି ବିଷେଷଜ୍ଞ। ତେଣୁ ଏବେଠୁ ସମାଧାନର ବାଟ ବାହାର କରିବାକୁ ବିଶେଷଜ୍ଞମାନେ ଦେଲେଣି ପରାମର୍ଶ। ବିପଦ କେବଳ ବ୍ୟାଙ୍କକ ଉପେର ନୁହଁ,ଜାକର୍ତ୍ତା,ମାନିଲା ପ୍ରତି ସମାନ ବିପଦ ରହିଛି ବୋଲି କହିଲେଣି ବିଶେଷଜ୍ଞ।