Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||

ବଙ୍ଗାରମ ଦ୍ୱୀପ, ଭାରତର ଏପରି ଏକ ସ୍ଥାନ ଯେଉଁଠି ପ୍ରକୃତି କୋଳରେ ହଜିଯାଏ ମଣିଷ

28/12/2020 at 3:43 PM

ନୂଆଦିଲ୍ଲୀ,୨୮/୧୨:  ଶୀତ ଦିନ ଆରମ୍ଭ ହୋଇଗଲାଣି । ଧିରେଧିରେ କରୋନା କଟକଣା ମଧ୍ୟ କୋହଳ ହେବାରେ ଲାଗିଛି । ଏହି ସମୟରେ ଆରମ୍ଭ ହୋଇଯାଏ ପିକନିକ୍ ଋତୁ । ବିଭିନ୍ନ ପ୍ରର୍ଯ୍ୟଟକ ଓ ଭ୍ରମଣପ୍ରିୟ ବ୍ୟକ୍ତିମାନେ ଶୀତ ଦିନରେ ନୂଆ ନୂଆ ସ୍ଥାନକୁ ଯିବା ପାଇଁ ରୁଚି ରଖନ୍ତି । ଭାରତରେ ଏପରି ଅନେକ ମନଲୋଭ ସ୍ଥାନ ଅଛି ଯାହା ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଥରଟିଏ ଏପରି ସ୍ଥାନକୁ ଗଲେ ସେଠାରେ ହଜିଯିବାକୁ ଇଚ୍ଛା ହୁଏ ।

ଆରବ ସାଗରରେ ଏପରି ଏକ ଦ୍ୱୀପ ରହିଛି ଯାହାର ନୈସର୍ଗିକ ଦୃଶ୍ୟ ଆପଣଙ୍କୁ ପ୍ରକୃତି କୋଳରେ ହଜାଇ ଦେବ । ନୀଳ ଗଭୀର ସମୁଦ୍ର ସହ ସୁଉଚ୍ଚ ତାଳ ଓ ନଡିଆ ଗଛ ଏଠାକାର ଶୋଭାକୁ ଦ୍ୱିଗୁଣିତ କରିଥାଏ । ଏହି ଦ୍ୱୀପ ହେଉଛି ଦି ବଙ୍ଗାରମ ଆଟୋଲ । ଏହା ଲାକ୍ଷାଦୀପ ଦୀପପୁଞ୍ଜରେ ରହିଛି ।

ଏହି ଦ୍ୱୀପଟି ଏତେ କୋଳାହଳମୟ ନୁହେଁ । କାରଣ ଏହା ବିଷୟରେ ଖୁବ୍ କମ ଲୋକ ଜାଣନ୍ତି । ଫଳରେ କମ୍ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ଏହା ଆଗାଟି ଓ କାଭାରଟି ନିକଟରେ ଅବସ୍ଥିତ । ଆପଣ ଯଦି ଏଠାକୁ ଆସିବାକୁ ଚାହାଁନ୍ତି ତାହେଲେ ବୋଟ୍ କିମ୍ବା ହେଲିକପ୍ଟର ଯୋଗେ ଆସିପାରିବେ ।

ଅପୂର୍ବ ସୁନ୍ଦରତାରେ ଭରପୁର ଏହି ଦ୍ୱୀପରେ ଆପଣ ସମୟ ବିତାଇବାକୁ ପସନ୍ଦ କରିବେ । ଏଠାରେ କୋଳାହଳ ନାହିଁ । ମୁକ୍ତ ବାୟୁ, ପକ୍ଷୀଙ୍କ କିଚିରି ମିଚିରି ରାବ ପର୍ଯ୍ୟଟ୍ରକଙ୍କ ମନ କିଣିନିଏ । ଏତତ୍ ବ୍ୟତୀତ ଗଭୀର ନୀଳ ସମୁଦ୍ରକୁ ଦେଖିଲେ ମନରେ ଥିବା ସବୁ ଚିନ୍ତା ଓ ଦ୍ୱିଧା ଦୂର ହୋଇଗଲା ଭଳି ଲାଗେ । ସମୁଦ୍ର କୂଳରେ କପେ ଚା ପିଇ ଗଭୀର ନୀଳ ରାଶିକୁ ଉପଭୋଗ କରିବାର ମଜା ମଧ୍ୟ ଖୁବ୍ ନିଆରା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଲାକ୍ଷାଦ୍ୱୀପରେ ମଦ୍ୟପାନକୁ ନିଷେଧ କରାଯାଇଛି । କିନ୍ତୁ ବଙ୍ଗାରମ ଦ୍ୱୀପରେ ଏହା ପାଇଁ ଅନୁମତି ରହିଛି । ଆପଣ ଯଦି ଶୀତ ଦିନେ ପ୍ରକୃତି କୋଳରେ ହଜିବାକୁ ଚାହାଁନ୍ତି କିମ୍ବା କିଛି ସମୟ ବିତାଇବାକୁ ଚାହାଁନ୍ତି ତାହେଲେ ଏହାଠୁ ଭଲ ସ୍ଥାନ ଆଉ କିଛି ନହୋଇପାରେ ।

   Related Posts