ଆଇପିଏଲ୍‌ ୨୦୨୦: ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା, ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା RCB

Published By : Prameya-News7 Bureau | October 25, 2020 IST

ନୂଆଦିଲ୍ଲୀ ୨୫/୧୦: ଆଇପିଏଲ ୨୦୨୦ର ୪୪ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଓ ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ମୁହାଁମୁହିଁ ହେବେ। କିଛି ସମୟ ମଧ୍ୟରେ ମୁକାବିଲା ଆରମ୍ଭ ହେବାକୁ ଥିବା ବେଳେ ଟସ୍‌ ପଡ଼ିସାରିଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଆରସିବି। ପ୍ରଥମେ ଫିଲ୍ଡିଂ କରିବ ଧୋନୀ ସେନା। ଚଳିତ ଆଇପିଏଲ୍‌ ସିଜ୍‌ନରେ ୧୧ଟି ମ୍ୟାଚ୍‌ରୁ ୮ଟି ହାରିଥିବା ସିଏସ୍‌କେ ପାଖାପାଖି ପ୍ଲେଅଫ୍‌ରୁ ବାହାରିସାରିଛି। କିନ୍ତୁ ଆଜିର ମ୍ୟାଚ୍‌ରେ ସିଏସ୍‌କେ ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ।

ଆଇପିଏଲ୍‌ ରେକର୍ଡ କଥା କହିଲେ, ଆଜି ପର୍ଯ୍ୟନ୍ତ ସିଏସ୍‌କେ ଓ ଆରସିବି ମଧ୍ୟରେ ୨୫ ମୁକାବିଲା ହୋଇଥିବା ବେଳେ ୧୫ଟି ମ୍ୟାଚ୍‌ ଜିତିଛି ଚେନ୍ନାଇ। ୯ଟି ମ୍ୟାଚ୍‌ ବେଙ୍ଗାଲୁରୁ ଜିତିଥିବା ବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା। ଚଳିତ ଆଇପିଏଲ୍‌ ସିଜ୍‌ନ ଏହି ଦୁଇ ଟିମ୍‌ ମଧ୍ୟରେ ହୋଇଥିବା ପୂର୍ବ ମ୍ୟାଚ୍‌ରେ ୩୦ ରନ୍‌ରେ ବିଜୟ ହାସଲ କରିଥିଲା ବେଙ୍ଗାଲୁରୁ।

ବେଙ୍ଗାଲୁରୁ (ପ୍ଲେଇଂ ଇଲେଭେନ୍‌)- ଦେବଦତ୍ତ ପଡିକଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଡିଭିଲିୟର୍ସ, ମୋଇନ୍‌ ଅଲି, ଗୁରୁକ୍ରିତ ସିଂ ମନ, କ୍ରିସ୍‌ ମୋରିସ୍‌, ଓ୍ବାସିଂଟନ ସୁନ୍ଦର, ନବଦୀପ ସାଇନ୍‌, ମହମ୍ମଦ ସିରଜ୍‌, ୟୁଜବେନ୍ଦ୍ର ଚହଲ

ଚେନ୍ନାଇ (ପ୍ଲେଇଂ ଇଲେଭେନ୍‌)-ରୁତୁରାଜ ଗାଇକ୍ବାଡ୍‌, ଡୁ ପ୍ଲେସିସ୍‌, ଅମ୍ବାତି ରାୟଡୁ, ଏନ୍ ଜଗଦୀଶନ, ଏମଏସ ଧୋନୀ, ସାମ୍‌ କରନ, ରବିନ୍ଦ୍ର ଜାଡେଜା,ମିଚେଲ୍‌ ସାଣ୍ଟନର, ଦୀପକ ଚହର, ଇମ୍ରାନ ତାହିର, ମୋନୁ କୁମାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.