Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଦେବଦତ୍ତ ପାଡିକଲଙ୍କ ଅର୍ଦ୍ଧଶତକ, ନିର୍ଣ୍ଣାୟକ ମୁକାବିଲାରେ ଦିଲ୍ଲୀ ସମ୍ମୁଖରେ ୧୫୩ ରନ ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

2/11/2020 at 9:09 PM

ଆବୁଧାବି ୦୨।୧୧: ଦେବଦତ୍ତ ପାଡିକଲଙ୍କ ଅର୍ଦ୍ଧଶତକ ସହାୟତାରେ ଆଇପିଏଲର ଆଉ ଏକ ନିର୍ଣ୍ଣାୟକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ପାଡିକଲଙ୍କ ୫୦ ରନ ଏବଂ ଏବି ଡିଭିଲିୟର୍ସଙ୍କ ଦ୍ରୁତ ୩୫ ରନ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୨ ରନ କରିଛି। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ ସେ ପ୍ଲେଅଫ୍‌ରେ ପ୍ରବେଶ କରିବା ସୁନିଶ୍ଚିତ ହେବ ଏବଂ ପରାଜିତ ଦଳକୁ ମୁମ୍ବାଇ ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲାର ପରିଣାମ ଉପରେ ନିର୍ଭର କରିବାକୁ ପଡିବ।

ଟସ୍ ହାରି ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ଜୋସ ଫିଲିପ୍ ଏବଂ ଦେବଦତ୍ତ ପାଡିକଲ ପ୍ରଥମ ଓ୍ଵିକେଟ୍‌ରେ ୨୫ ରନ ଯୋଡିଥିଲେ। ଫିଲିପ ୧୨ ରନ କରି କାଗିସୋ ରାବଡାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୭ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ୮୨ ରନ ସ୍କୋରରେ ଅଧିନାୟକ ବିରାଟ କୋହଲିଙ୍କୁ ରବିଚନ୍ଦ୍ରନ ଅଶ୍ଵିନ ଆଉଟ୍ କରିଥିଲେ। କୋହଲି ୨୪ ବଲରୁ ୨ ଚୌକା ଓ ୧ ଛକା ସହ ୨୯ ରନ କରିଥିଲେ। ଅନ୍ୟପଟେ ଦେବଦତ୍ତ ପାଡିକଲ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୧ ବଲରୁ ୫ ଚୌକା ସହ ୫୦ ରନ କରି ପାଭିଲିୟନ ଫେରିଥିଲେ।

କ୍ରିସ ମରିସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଶିବମ ଦୁବେ ୧୧ ବଲରୁ ୨ ଚୌକା ଓ ୧ ଛକା ସହ ୧୭ ରନ କରିଥିଲେ। ଇନିଂସର ଆଉ ୪ଟି ବଲ ବାକି ଥିବା ବେଳେ ଡିଭିଲିୟର୍ସ ଆଉଟ୍ ହୋଇଥିଲେ। ସେ ୨୧ ବଲରୁ ୧ ଚୌକା ଓ ୨ ଛକା ସହ ୩୫ ରନ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା।

ବେଙ୍ଗାଲୁରୁ ପକ୍ଷରୁ ସଫଳ ବୋଲର ଭାବେ ଅନରିଚ୍ ନୋର୍ତ୍ତଜେ ୩ଟି ଓ୍ଵିକେଟ୍ ନେଇଥିଲେ। କାଗିସୋ ରାବଡା ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts