Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କୋହଲିଙ୍କ ବିରାଟ ଅର୍ଦ୍ଧଶତକ, ଚେନ୍ନାଇକୁ ୧୭୦ ରନର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

10/10/2020 at 9:18 PM

ଦୁବାଇ ୧୦।୧୦: ବିରାଟ କୋହଲିଙ୍କ ଅପରାଜିତ ଅଧିନାୟକତ୍ଵ ଇନିଂସ ଦମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୁବାଇରେ ଖେଳାଯାଉଥିବା ଆଇପିଏଲର ୨୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଛି। ବିରାଟ କୋହଲିଙ୍କ ୯୦ ରନର ଦ୍ରୁତ ଇନିଂସ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ପ୍ଲେଅଫ ଦୌଡରେ ରହିବାକୁ ହେଲେ ଚେନ୍ନାଇକୁ ଏହି ମ୍ୟାଚ୍‌  ଜିତିବା ଜରୁରୀ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସକୁ ମାତ୍ର ୧୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଆରୋନ ଫିଞ୍ଚ ୨ ରନ କରି ଦୀପକ ଚହରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୩ ରନ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡିଥିଲେ। ୬୬ ରନ ସ୍କୋରରେ ପାଡିକଲ ଆଉଟ୍ ହୋଇଥିଲେ। ସେ ୩୪ ବଲରୁ ୨ ଚୌକା ଓ ୧ ଛକା ସହ ୩୩ ରନ କରିଥିଲେ। ଏବି ଡିଭିଲିୟର୍ସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।  ୬୭ ରନ ସ୍କୋରରେ ତୃତୀୟ ଓ୍ଵିକେଟ୍ ହରାଇବା ପରେ ବେଙ୍ଗାଲୁରୁ ୯୩ ରନ ସ୍କୋରରେ ଓ୍ଵାଶିଂଟନ ସୁନ୍ଦରଙ୍କ ରୂପେ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା।

ଅନ୍ୟପଟେ ଅଧିନାୟକତ୍ଵ ଇନିଂସ ଖେଳିଥିବା କୋହଲି ଆଇପିଏଲରେ ୩୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଶିବମ ଦୁବେଙ୍କୁ ସାଥୀ କରି ଦଳର ରନଗତିକୁ ବଢାଇ ଥିଲେ। ବିରାଟ କୋହଲି ୫୨ଟି ବଲରୁ ୪ ଚୌକା ଓ ୪ ଛକା ସହ ୯୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଶେଷରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ଶିବମ ଦୁବେ ୨୨ ରନରେ ଅପରାଜିତ ଥିଲେ। କୋହଲି ଓ ଦୁବେ ଅବିଭାଜିତ ପଞ୍ଚମ ଓ୍ଵିକେଟ୍‌ରେ ୭୬ ରନ ଯୋଡିଥିଲେ।

ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପକ ଚହର ଓ ସାମ କରନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts