Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଏକା ଲଢିଲେ ଦେବଦତ୍ତ ପାଡିକଲ, ମୁମ୍ବାଇକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

28/10/2020 at 9:17 PM

ଆବୁଧାବି ୨୮।୧୦: ଦେବଦତ୍ତ ପାଡିକଲଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲରେ ୪୮ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି। ଏକଦା ୨୦୦ ରନ କରିବା ସ୍ଥିତିରେ ଥିବା ବେଙ୍ଗାଲୁରୁ ଶେଷ ଆଡକୁ ମୁମ୍ବାଇ ବୋଲରଙ୍କ ଉଚିତ୍‌ ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ୭୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଜୋସ୍ ଫିଲିପ୍ ୩୩ ରନ କରିଛନ୍ତି। ଏହି ମ୍ୟାଚ୍‌ର ଯେଉଁ ଦଳ ଜିତିବ ପ୍ଲେଅଫ୍‌ରେ ଜାଗା ସୁନିଶ୍ଚିତ ହୋଇ ପାରିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା  ବେଙ୍ଗାଲୁରୁର ଦୁଇ ଓପନର ଦେବଦତ୍ତ ପାଡିକଲ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଆରମ୍ଭରୁ ମୁମ୍ବାଇ ବୋଲରଙ୍କ ଉପରେ ପ୍ରହା କରି ୭.୫ ଓଭରରେ ପ୍ରଥମ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡିଥିଲେ। ହେଲେ ରାହୁଲ ଚହର ଜୋସ ଫିଲିପଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିବା ସହିତ ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ଫିଲିପ ୨୪ ବଲରୁ ୪ ଚୌକା ଓ ୧ ଛକା ସହ ୩୩ ରନ କରିଥିଲେ। ଏହାପରେ ବିରାଟ କୋହଲି(୯ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ବେଙ୍ଗାଲୁରୁକୁ ଦ୍ଵିତୀୟ ଝଟକା ଦେଇଥିଲେ।

ଅନ୍ୟପଟେ ଦେବଦତ୍ତ ପାଡିକଲ ଦମଦାର ବ୍ୟାଟିଂ କରି ଆଇପିଏଲରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥଲେ। ଏବି ଡିଭିଲିୟର୍ସ ମଧ୍ୟ ଆଜିର ମ୍ୟାଚ୍‌ରେ ଖାସ୍ କରିନପାରିନଥିଲେ। ସେ ୧୫ ରନ କରି କିରଣ ପୋଲାର୍ଡଙ୍କ ଶିକାର ହୋଇଥିଲେ। ଏହା ପରେ ଦଳ ନିୟମିତ ଓ୍ଵିକେଟ୍ ହରାଇ ଚାଲିଥିଲା। ଶିବମ ଦୁବେ(୨ ରନ) ବୁମରାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଦଳର ଇନିଂସ ସମ୍ଭାଳିଥିବା ଦେବଦତ୍ତ ପାଡିକଲ ପଞ୍ଚମ ବ୍ୟାଟମସ୍ୟାନ ଭାବେ ଆଉଟ୍ ହୋଇଥିଲେ। ତାଙ୍କୁ ବୁମରା ଆଉଟ୍ କରି ପାଭିଲିୟନର ରାସ୍ତା ଦେଖାଇଥିଲେ। ପାଡିକଲ ୪୫ ବଲରୁ ୧୨ ଚୌକା ଓ ୧ ଛକା ସହ ୭୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୪ ରନ କରିବାକୁ ସକ୍ଷମ ହୋଇଛି। ଏକଦା ଦଳ ୧୧.୨ ଓଭରରେ ୨ ଓ୍ଵିକେଟ୍  ହରାଇ ୯୫ ରନ କରିଥିଲା। କିନ୍ତୁ ପରେ ମୁମ୍ବାଇ  ବୋଲର ପ୍ରତ୍ୟାବର୍ତ୍ତନ କରି ବେଙ୍ଗାଲୁରୁକୁ ବଡ ସ୍କୋର କରିବାକୁ ରୋକିଥିଲେ।

ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ମାତ୍ର ୧୪ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। କିରଣ ପୋଲାର୍ଡ, ରାହୁଲ ଚହର ଓ ଟ୍ରେଣ୍ଟ ବୋଲ୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts