Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଂଲାଦେଶୀ ଅନୁପ୍ରବେଶକାରୀ ଚଲାଉଛନ୍ତି ସେକ୍ସ ରାକେଟରୁ ଆରମ୍ଭ କରି ଡାନ୍ସବାର : ନାଇଜେରିଆ ଯୁବକ ଯୁବତୀଙ୍କୁ ନିୟୋଜିତ କରୁଛନ୍ତି ଦେହ ବ୍ୟବସାୟରେ

1/08/2019 at 12:44 PM

ନୂଆଦିଲ୍ଲୀ୧|୮:  ଭାରତକୁ ବେଆଇନ ଭାବେ ପଶି ଆସିଥିବା ବାଂଲାଦେଶୀ ରାଜଧାନୀ ଦିଲ୍ଲୀରେ ବେଆଇନ କାରବାର ଚଳାଉଛନ୍ତି । ଦିଲ୍ଲୀ ଗୁଡ଼ଗାଁଓରେ ବାଂଲାଦେଶୀ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ଗୁଡଗାଁଓରେ ସେକ୍ସ ରାକେଟ, ହୁକାବାର, ନାଇଟ କ୍ଲବ ଓ ଡାନ୍ସ ବାର ଭଳି ବେଆଇନ ଧନ୍ଦା ବେଧଡକ ଭାବେ ଚଳାଉଛନ୍ତି ଅନୁପ୍ରବେଶକାରୀ ବାଂଲାଦେଶୀ । ଦିଲ୍ଲୀକୁ ଆସୁଥିବା ବିଦେଶୀ ନାଗରିକଙ୍କୁ ଫସାଇ ଏହି ଅନୈତିକ କାର୍ଯ୍ୟରେ ନିୟୋଜିତ କରାଉଛନ୍ତି। ବିଶେଷକରି ନାଇଜେରିଆ ଛାତ୍ରୀଙ୍କୁ ତାଙ୍କ ଜାଲରେ ପକାଇ ସେକ୍ସ ରାକେଟରେ ସାମିଲ କରୁଛନ୍ତି।

ଭାରତକୁ ବେଆଇନ ଭାବେ ପଶି ଆସିଥିବା ବାଂଲାଦେଶୀଙ୍କ ସଂଖ୍ୟା ଅଧିକ। ବିନା ପାସପୋର୍ଟ ଓ ଭିସାରେ ଭାରତରେ ବେଆଇନ  କାରବାର ଚଳାଇଛନ୍ତି। ପୋଲିସଙ୍କ କବଳରୁ ବଞ୍ଚିବା ପାଇଁ ବାଂଲାଦେଶୀ କିନ୍ନର ବେଶରେ ଦିଲ୍ଲୀ​‌ରେ ରହୁଛନ୍ତି। ସିଗାରେଟରେ ବିଦେଶୀ ନିଶା ମିଶାଇ  ବ୍ୟବହାର କରୁଛନ୍ତି ବାଂଲାଦେଶୀ। ଗତ ମାର୍ଚ୍ଚ ୧୩ ତାରିଖରେ ବାଂଲାଦେଶୀ ଶାହଦନ ହୁସେନ ପାୟାଲଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ କବଜାରେ ଥିବା ଶାହାଦନ ହୁସେନ ସବୁ କଥାର ପର୍ଦ୍ଦାଫାଶ କରିଥିଲା।

ସୂଚନାମୁତାବକ, ବାଂଲାଦେଶୀ ସର୍ଦ୍ଦାର ଏହି ବେଆଇନ କାରବାରର ମାଷ୍ଟର ମାଇଣ୍ଡ ଥିଲା। ଦିଲ୍ଲୀ ଗୁଡାଗାଓଁରେ ଗ୍ରାହକମାନଙ୍କ ଲାଗି ରୁମ ଠିକ୍ କରୁଥିଲା ସରର୍ଦ୍ଦାର। ମହିଳା ଗ୍ରାହକଙ୍କ ପାଖକୁ ନାଇଜେରିଆ ଛାତ୍ରଙ୍କୁ ପଠାଉଥିଲା ବାଂଲାଦେଶୀ ସର୍ଦ୍ଦାର। ଏଥିସହ ଧନୀ ମହିଳାଙ୍କ ପସନ୍ଦ ମୁତାବକ ନାଇଜେରିଆ ଛାତ୍ରଙ୍କୁ ମଧ୍ୟ ପଠାଯାଉଥିଲା। ଏମାନେ ଧନ୍ଦାକରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ । ଏହି ଧନ୍ଦାରେ ଆରମାନିଆଇ ମହିଳା, ଉଜବେକିସ୍ଥାନ ଓ କାଜିକିସ୍ଥାନ ମହିଳା ଏହି ଧନ୍ଦାରେ ସାମିଲ ଥିଲେ।

   Related Posts