Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜୀବନ୍ତ ଦଗ୍ଧ ହୋଇଗଲେ ୫ କରୋନା ସଂକ୍ରମିତ

30/05/2020 at 10:28 PM

ଢାକା ୩୦।୦୫: ବାଂଲାଦେଶର ରାଜଧାନୀ ଢାକାରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାରୁ ୫ ଜଣ କରୋନା ସଂକ୍ରମିତଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅଧିକାରୀ ବୁଧବାର ଏହାର ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର ଘଟଣା ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିବା ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଜିଲୁର ରେହମାନ କହିଛନ୍ତି।

ଏହି ଅଗ୍ନିକାଣ୍ଡ ଢାକାର କୋଭିଡ-୧୯ ୟୁନାଇଟେଡ୍ ହସ୍ପିଟାଲରେ ଘଟିଛି। ହସ୍ପିଟାଲର ଆଇସୋଲେସନ ଓ୍ଵାର୍ଡରୁ ପାଞ୍ଚ ରୋଗୀଙ୍କ ମୃତ ଶରୀରର ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଏବଂ ଜଣେ ମହିଲା ସାମିଲ।

ଉକ୍ତ ହସ୍ପିଟାଲରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ବାଂଲାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଥିବା ବେଳେ ୫୪୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ବଳ ବ୍ୟବସ୍ଥା କାରଣରୁ ବାଂଲାଦେଶର ଅନେକ କାର୍ଯ୍ୟାଳୟରେ ପୂର୍ବରୁ ଅନେକ ଥର ଅଗ୍ନିକାଣ୍ଡ ଘଟିଛି। ନିକଟ ବର୍ଷରେ ଏହି ପରି ଘଟଣାରେ ଶତାଧିକ ପ୍ରାଣ ହରାଇଛନ୍ତି।

ଗତ ବର୍ଷ ମାର୍ଚ୍ଚ ୨୨ରେ ଢାକାର ବନାନି ଅଞ୍ଚଳରେ ଏକ ବାଣିଜ୍ୟିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପରି ସେହି ବର୍ଷ ଫେବୃଆରୀ ମାସରେ ଢାକାର ଏକ ଶତାଧିକ ପୁରୁଣା କୋଠାରେ ନିଆଁ ଲାଗିବାରୁ ୭୧ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା।

   Related Posts