ଚଳିତବର୍ଷ ଗଣତନ୍ତ୍ର ଦିବସର ଆକର୍ଷଣ ହେବେ ବାଂଲାଦେଶ ସେନା, ନୂଆଦିଲ୍ଲୀ ରାଜପଥରେ କରିବେ ପରେଡ

Published By : Prameya-News7 Bureau | January 13, 2021 IST

ଢାକା ୧୩।୧: ବାଂଲାଦେଶ ମୁକ୍ତି ସଂଗ୍ରାମକୁ ପୁରିଛି ୫୦ ବର୍ଷ। ଏହାକୁ ସ୍ମରଣୀୟ କରିବା ଲାଗି ଭାରତର ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ଟ୍ରାଇ ସର୍ଭିସ ମାର୍ଚ୍ଚ କଣ୍ଟେଷ୍ଟାଣ୍ଟ ଓ ସେରିମୋନିଆଲ ବ୍ୟାଣ୍ଡ ଅଂଶଗ୍ରହଣ କରିବେ। ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବୁଧବାର ଏହି ସୂଚନା ଦେଇଛନ୍ତି।

{"id":391843,"width":580,"height":326,"sizeSlug":"large","linkDestination":"none"}

ହାଇକମିଶନଙ୍କ ପକ୍ଷରୁ ଏ ନେଇ ଏକ ବିବୃତ୍ତି ଜାରି  କରାଯାଇଥିବା ବେଳେ ବାଂଲାଦେଶ ସଶସ୍ତ୍ର ବଳ (ବିଏଏଫ)ଙ୍କ ୧୨୨ ଜଣ ଜବାନଙ୍କ ଏକ ଦଳ ଭାରତୀୟ ବାୟୁସେନା ବିମାନ ସି-୧୭ ଯୋଗେ ନୂଆଦିଲ୍ଲୀ ଯାଉଥିବା କୁହାଯାଇଛି। ବାଂଲାଦେଶ ସଶସ୍ତ୍ର ବଳଙ୍କ ଏହି ଜବାନମାନେ ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ୨୬ ଜାନୁୟାରୀ  ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିବେ।

{"id":391844,"sizeSlug":"large","linkDestination":"none"}

ବିଜ୍ଞପ୍ତି ସୂଚନାରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବାକୁ ଆସୁଥିବା ବାଂଲାଦେଶ ସୈନିକମାନେ ଦେଶର ପ୍ରତିଷ୍ଠିତ ସୈନ୍ୟ ୟୁନିଟ୍ ପୂର୍ବ ବଙ୍ଗ ରେଜିମେଣ୍ଟ ୧,୨,୩,୪,୮,୯,୧୦ ଓ ୧୧ ଏବଂ ଫିଲ୍ଡ ଆର୍ଟିଲେରୀ ରେଜିମେଣ୍ଟର ୧,୨ ଓ ୩ର ବୋଲି କୁହାଯାଇଛି। ୧୯୭୧ ମୁକ୍ତି ସଂଗ୍ରାମ ଲଢିବା ଓ ଜିତିବା ଲାଗି ଉଭୟ ରେଜିମେଣ୍ଟ ବିଶିଷ୍ଟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ବାଂଲାଦେଶ ସହ ଏହି ଦୁଇ ରେଜିମେଣ୍ଟ ସ୍ଥାପନାକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି।

{"id":391845,"sizeSlug":"large","linkDestination":"none"}

ପ୍ରାୟ ୫୦ ବର୍ଷ ପୂର୍ବେ ୧୯୭୧ ମସିହାରେ ବାଂଲାଦେଶ ଭାରତ ସହଯୋଗରେ ପାକିସ୍ତାନ ଦାସତ୍ୱରୁ ମୁକ୍ତ ହେବା ସହ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହି ଯୁଦ୍ଧରେ ଭାରତ କେବଳ ବାଂଲାଦେଶର ସାଥ ଦେଇ ନଥିଲା ଏହାକୁ ଏକ ସ୍ୱାଧୀନ  ରାଷ୍ଟ୍ର ଘୋଷଣା କରିବା ସହ ନିଜ ଆଡୁ କୂଟନୈତିକ ସମ୍ପର୍କ ମଧ୍ୟ ସ୍ଥାପନା କରିଥିଲା। ୫୦ ବର୍ଷ ପୂର୍ବେ ଏକତ୍ର ଲଢିଥିବା ଦୁଇ ଦେଶର ସେନା ପୁଣି ଥରେ ଦିଲ୍ଲୀ ରାଜରାସ୍ତରେ କାନ୍ଧକୁ କାନ୍ଧ ମିଳାଇ ପରେଡ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.