Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଓ ଠକେଇ, ଫେସବୁକରେ ବନ୍ଧୁତା ପଡିଲା ମହଙ୍ଗା

3/07/2019 at 1:08 PM

କୋଲକାତା୩|୭: ବାଙ୍ଗଲାଦେଶର ଜଣେ ୩୩ ବର୍ଷ ବୟସ୍କା ମହିଳାଙ୍କୁ ଭାରତରେ ଦୁଷ୍କର୍ମ ହୋଇଛି। ଗର୍ଭାଶୟରେ ସଂକ୍ରମଣ ଜନିତ ରୋଗରେ ପିଡୀତ ଏହି ବିଦେଶିନୀ ଚିକିତ୍ସା କରିବା ପାଇଁ  ଆସାମ ରାଜ୍ୟର ଗୌହାଟୀ  ଆସିଥିଲେ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ଠକେଇ କରିବା ସହ ଦୁଷ୍କର୍ମ କରିଥିଲା।

ସୂଚନାଯୋଗ୍ୟ ଯେ, ହରିଦୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଏହି ବିଦେଶିନୀଙ୍କ ବନ୍ଧୁତା ଫେସବୁକରେ ହୋଇଥିଲା । ବାରମ୍ବାର ଚାଟିଂ ବେଳେ ମହିଳା ଗର୍ଭାଶୟରେ ସଂକ୍ରମଣ ରୋଗରେ ପିଡୀତ ଥିବା ହରିଦୀ ଜାଣିଥିଲା । ଗହ୍ବାଟୀ ମେଡିକାଲ କଲେଜ୍‌ରେ ମହିଳାଙ୍କ ଚିକିତ୍ସା ପାଇଁ ତାଙ୍କୁ ସେ ପରାମର୍ଶ ଦେବା ସହ ଏଥିରେ ସହାୟତା କରିବ ବୋଲି ପ୍ରତିଶୃତି ଦେଇଥିଲା । ଯେତେବେଳେ ବିଦେଶିନୀ ଗହ୍ବାଟୀ ପହଞ୍ଚିଥିଲେ ହରିଦୀ ତାଙ୍କୁ ମେଡିକାଲ ନେବା ବଦଳରେ ବିଭିନ୍ନ ବାହାନା ଦେଖାଇ ପ୍ରଥମେ ସିଲଂ  ଓ ପରେ ଦାର୍ଜିଲିଂ ନେଇଯାଇଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା।

ଦାର୍ଜଲିଂରେ ଦୁଷ୍କର୍ମ ପରେ ପୀଡିତାଙ୍କୁ ପୁଣି ଗହ୍ବାଟୀ ନେଇଯାଇଥିଲା। ସେଠାରେ ପହଞ୍ଚି ପୁଣିଥରେ ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ଗହ୍ବାଟୀରୁ ବିଦେଶିନୀଙ୍କୁ ଟ୍ରେନରେ କଲିକତା ନେବାବେଳେ ମହିଳା ଶୋଇଥିବା ଏଅବସ୍ଥାରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତେବେ ଫେରାର ହେବା ପୂର୍ବରୁ ମହିଳାଙ୍କ ଟଙ୍କା ଓ ଗହଣା ମଧ୍ୟ ନେଇଯାଇଥିଲା ଅଭିଯୁକ୍ତ ।  

ମହିଳାଙ୍କ କହିବା ଅନୁସାରେ ଟ୍ରେନରେ କଲିକତା ଯାଉଥିବାବେଳେ ସେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ । ସମ୍ଭବତଃ ତାଙ୍କୁ କିଛି ନିଶା ଦିଆଯାଇଥିଲା । ତେବେ ମହିଳାଙ୍କ ହୋଶ ଆସିବା ପରେ ସେ ଦେଖିଥିଲେ ଯେ ଅଭିଯୁକ୍ତ ହରିଦ ତାଙ୍କ ପାଖରେ ନାହିଁ । କେବଳ ସେତିକି ନୁହେଁ, ମହିଳାଙ୍କ ପାଖରେ ଥିବା ଟଙ୍କା ଓ ସୁନା ଗହଣା ମଧ୍ୟ ନାହିଁ । ସେ ବାଂଗଲାଦେଶରୁ ଗହ୍ବାଟୀ ଆସିବା ବେଳେ ଚିକିତ୍ସା ପାଇଁ ପାଖା ପାଖି ୩୭,୦୦୦ ଟଙ୍କା ସାଙ୍ଗରେ ଆଣି ଆସିଥିଲେ । ଏହା ସହ ସେ ପାଖାପାଖି  ୧ ଲକ୍ଷ ଟଙ୍କାର  ଗହଣା ମଧ୍ୟ ପିନ୍ଧିଥିଲେ । ଯାହା ହରିଦୀ ହଡପ କରି ନେଇଯାଇଥିଲା।

ମହିଳା ଷ୍ଟେସନରେ ପୋଲିସଙ୍କୁ ଘଟଣା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।ରେଲୱେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଲା। ମହିଳାଙ୍କ ଡାକ୍ତରୀ ମାଇନା କରିବା ପରେ ତାଙ୍କୁ ବାଙ୍ଗଲାଦେଶ ପଠାଇବାର ବ୍ୟବସ୍ଥା କରିବା ସହ ଅଭିଯୁକ୍ତକୁ ଖୋଜୁଛି ପୋଲିସ।

 

   Related Posts