କୋଲକତା ୧୭/୧୦: ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କରୋନାରେ ସଂକ୍ରମିତ। ଏବେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଛି। ସପ୍ତାହେ ତଳେ ସେ କଲିକତାର ହୁଗଲି ରାଲିରେ ସାମିଲ ହୋଇ ଥିଲେ। ସେହି ରାଲିରେ କରୋନା ଚାଲି ଯାଇଥିବା କହିଥିଲେ।
ଶୁକ୍ରବାର ରାତିରେ ତାଙ୍କ ଠାରେ ଜ୍ବର ଦେଖା ଦେଲା। ଯାହା ପରେ ତାଙ୍କୁ କଲିକତାର ଏଏମଆରଆଇ ହସପିଟାଲରେ ଭର୍ତି କରାଯାଇ ଥିଲା। ଜ୍ବର ହୋଇଥିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇ ଥିଲା। । ଆଉ ତା ରିପୋର୍ଟ ପଜିଟିଭ ଆସିଛି।
ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଅଛି। ଚିନ୍ତାର କିଛି କାରଣ ନାହିଁ ବୋଲି କହିଛନ୍ତି ଡାକ୍ତର । ମେଦିନିପୁର ସାଂସଦ ଦିଲୀପ ଘୋଷ କିଛି ଦିନ ହେବ ଅସୁସ୍ଥତା ଦେଇ ଗତି କରୁଥିଲେସପ୍ତାହେ ତଳେ ହୁଗଲି ରାଲିରେ ସାମିଲ ହୋଇ ଥିଲେ। ସେଥିରେ ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲେ। ଏହା ସହ ସାମାଜିକ ଦୂରତ୍ବକୁ ମଧ୍ୟ ଅଣଦେଖା କରାଯାଇଥିଲା। ସେହି ରାଲିରେ ସେ କହିଥିଲେ କରୋନା ଚାଲି ଯାଇଛି। କେବଳ ଏତିକି ନୁହେଁ ବିଜେପି ପଶ୍ଚିମବଙ୍ଗରେ ବୈଠକ କି ରାଲି ଆୟୋଜନ କରିପାରିବ ନାହିଁ ସେଥିପାଇଁ ମମତା ବାନାର୍ଜୀ ଜାଣିଶୁଣି ଲକଡାଉନ ଲାଗୁ କରୁଥିବା କହିଥିଲେ।